ନୂଆଦିଲ୍ଲୀ : ଟି-୨୦ ବିଶ୍ବକପ ୨୦୨୬ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ । ଦଳର ମୁଖ୍ୟ ପ୍ରଶିକ୍ଷକଙ୍କୁ ଏହାର ଶ୍ରେୟ ଦିଆଯାଇଛି । ତେବେ ଏହା ପୂର୍ବରୁ ଯେଉଁମାନେ ତାଙ୍କୁ ସମାଲୋଚନା କରିଥିଲେ ଏହି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି ଗମ୍ଭୀର । ସେ ନିଜର ପ୍ରତିକ୍ରିୟାରେ ନିଜର ଭୁଲକୁ ସ୍ବିକାର କରିଛନ୍ତି । ସେ କହିଛନ୍ତି କି, ମୁଁ ମଣିଷ ମୋର ଭୁଲ୍ କରିବାର ଅଧିକାର ଅଛି । ପ୍ରତ୍ୟେକଙ୍କ ଭୁଲ କରିବାର ଅଧିକାର ଅଛି, ମୁଁ ମଧ୍ୟ କରେ । ଗତ ୧୮ ମାସରେ ମୁଁ ମଧ୍ୟ ଅନେକଗୁଡ଼ିଏ ଭୁଲ୍ କରିଛି । ଯାହାକୁ ମୁଁ ନିଜେ ମାନୁଛି ।
ଏହାସହ ଗମ୍ଭୀର କହିଛନ୍ତି କି, ମଣିଷ ଅଜାଣତରେ ଭୁଲ୍ କରନ୍ତି । ଯଦି କେହି ଜାଣି ଜାରି ଭୁଲ୍ କରେ ତାହେଲେ ଏହା ଖରାପ । "ମୁଁ ସେହି ଡ୍ରେସିଂ ରୁମରେ ସମସ୍ତଙ୍କ ସହିତ ସଚ୍ଚୋଟ ଥିଲି, ପ୍ରତ୍ୟେକ ଖେଳାଳିଙ୍କ ସହିତ ସଚ୍ଚୋଟ କଥା ହୋଇଥିଲି। ମୁଁ ସମସ୍ତଙ୍କ ସହିତ ଆଖି ସାମ୍ନାରେ କଥା ହୁଏ। ଆଗାମୀ ୧୮ ମାସ ପାଇଁ, ମୋ ପାଖରେ ଯେତେ ସମୟ ବାକି ଅଛି, ମୁଁ ସେହିପରି କରିବି।"
ମୁଁ ସବୁବେଳେ ଖେଳାଳିଙ୍କ ସହ ରହିଛି । ବିଶ୍ବକପ ପୂର୍ବରୁ ଅଧିନାୟକ ସୂର୍ଯ୍ୟକୁମାର ଯଦେବ ଖରାପ ଫର୍ମ ଦେଇ ଗତି କରୁଥିଲେ। ଏହାସହ ଅଭିଶେକ ଶର୍ମା ବିଶ୍ବକପ ଆରମ୍ଭ ହେବାର ପ୍ରଥମ ୪ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ତଥାପି ମୁଁ ସେମାନଙ୍କୁ ସମର୍ଥନ ଜଣାଇଛି । ମୁଁ ସେମାନଙ୍କ ଉପରେ ଅତୁଟ ବିଶ୍ବାସ ରଖିଛନ୍ତି । ଏହାସହ ସଞ୍ଜୁଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି ଗମ୍ଭୀର ।