ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

WTC ଫାଇନାଲ ପାଇଁ ନିଜ ପସନ୍ଦର ପ୍ଲେଇଂ ଇଲେଭେନ ଜାରି କଲେ ଗାଭାସ୍କର, ଇଶାନ ଓ ଭରତଙ୍କ ମଧ୍ୟରୁ କିଏ?

ନୂଆଦିଲ୍ଲୀ ୦୪/ ୦୬: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍‌ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ । ଇଂଲଣ୍ଡର ଦି ଓଭାଲରେ ହେବାକୁ ଥିବା ଫାଇନାଲ ମୁକାବିଲା ପାଇଁ ଉଭୟ ଦଳର ଖେଳାଳି ସେଠାରେ ପହଞ୍ଚି ଅଭ୍ୟାସ ଜାରି ରଖିଛନ୍ତି । ଭାରତୀୟ ଦଳ କ୍ରମାଗତ ଦ୍ବିତୀୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲରେ ପ୍ରବେଶ କରିଛି । ୨୦୨୧ରେ ଭାରତ ଫାଇନାଲରେ ପ୍ରବେଶ କରି ନ୍ୟୁଜିଲାଣ୍ଡ ବିପକ୍ଷରେ ୮ ଓ୍ବିକେଟରେ ପରାସ୍ତ ହୋଇଥିଲା । ଏଥର ପୁଣି ଭାରତ ଫାଇନାଲରେ ପ୍ରବେଶ କରିଥିବା ବେଳେ ବିପକ୍ଷରେ ରହିଛି କଙ୍ଗାରୁ ଟିମ୍‌ । ତେବେ ଉଭୟ ଦଳର ପ୍ଲେଇଂ ଇଲେଭେନ କିଭଳି ରହିବ ସେ ନେଇ ଚର୍ଚ୍ଚା ହେଉଛି ।

ପଢନ୍ତୁ: ଯାହାକୁ ରଖିବେ ଅନନ୍ତ : ଟ୍ରେନ୍‌ ଦୁର୍ଘଟଣାସ୍ଥଳରୁ ୪୫ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକ

ପଢନ୍ତୁ: ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କଲେ ରାହୁଲ ଗାନ୍ଧି: କହିଲେ, ‘୨୭୫ ଜଣଙ୍କ ମୃତ୍ୟୁରେ ଉତ୍ତରଦାୟୀ କେହି ନାହାନ୍ତି’

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପାଇଁ ନିଜ ପସନ୍ଦର ଭାରତୀୟ ଦଳ ଚୟନ କରିଛନ୍ତି । ଦଳରେ ୩ ଜଣ ଦ୍ରୁତ ବୋଲର ଓ ଦୁଇ ଜଣ ସ୍ପିନରଙ୍କୁ ଚୟନ କରିଛନ୍ତି ଗାଭାସ୍କର । ସେହିଭଳି ଓ୍ବିକେଟ୍‌ କିପର ଭାବେ କେଏସ୍‌ ଭରତଙ୍କୁ ନେଇଛନ୍ତି । କାରଣ ଇଶାନ କିଷନ ବର୍ତ୍ତମାନ ସୁଦ୍ଧା ଟେଷ୍ଟ ଡେବ୍ୟୁ କରିନାହାନ୍ତି । ଯେତେବେଳେ କି ଭରତ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି ।

Border Gavaskar Trophy 2023: Team India makes four additions to squad ahead  of first Test vs Australia

ଓପନିଂ ଯୋଡି ଭାବେ ରୋହିତ ଶର୍ମାଙ୍କ ସହିତ ଶୁବମାନ ଗିଲଙ୍କୁ ଚୟନ କରିଛନ୍ତି ସୁନିଲ ଗାଭାସ୍କର । ସେହିଭଳି ୩ ନଂରେ ଚେତେଶ୍ବର ପୁଜାରାଙ୍କୁ ନେଇଥିବା ବେଳେ ୪ର୍ଥରେ ବିରାଟ କୋହଲି, ପଞ୍ଚମରେ ଅଜିଙ୍କ୍ୟ ରାହାଣେଙ୍କୁ ଚୟନ କରିଛନ୍ତି । ତେବେ ନଂ ୬ରେ କାହାକୁ ସୁଯୋଗ ଦେବା ଉଚିତ ସେ ନେଇ ସାମାନ୍ୟ ଚିନ୍ତା ବ୍ୟକ୍ତି କରିଛନ୍ତି । କେଏସ୍‌ ଭରତ କିମ୍ବା ଇଶାନ କିଷନଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ । ତେବେ ଭରତଙ୍କୁ ଚୟନ କରିବାକୁ ପ୍ରସ୍ତାବ ଦେଇଛନ୍ତି ଗାଭାସ୍କର । ସେହିଭଳି ସ୍ପିନ୍‌ ଅଲରାଉଣ୍ଡର ଭାବେ ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସପ୍ତମ ଓ ଅଷ୍ଟମ ସ୍ଥାନରେ ରଖିଛନ୍ତି । ଏହା ପରେ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ୯ମ, ମହମ୍ମଦ ସିରାଜଙ୍କୁ ୧୦ମ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଶେଷରେ ରଖିଛନ୍ତି ସୁନିଲ ଗାଭାସ୍କର ।

ଗାଭାସ୍କରଙ୍କ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଚେତେଶ୍ବର ପୁଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ୍‌ ଭରତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁର

You May Read:

wp:embed {"url":"https://www.prameya.com/cbi-to-investigate-bahanaga-train-tragedy-railway-minister-said-in-pressmeet/","type":"wp-embed","providerNameSlug":"prameya"}
https://www.prameya.com/cbi-to-investigate-bahanaga-train-tragedy-railway-minister-said-in-pressmeet/
/wp:embed

Copyright © 2022 - Summa Real Media Private Limited. All Rights Reserved.