PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଗାୟତ୍ରୀ ମହାନ୍ତି ମିସେସ୍‌ ଇଣ୍ଡିଆ ଗ୍ଲୋବ୍‌ ୟୁନିଭର୍ସ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ମିସେସ୍‌ ଇଣ୍ଡିଆ ଗ୍ଲୋବ୍‌ ୟୁନିଭର୍ସ-୨୦୧୯ର ବିଜେତା ହୋଇଛନ୍ତି କଟକର ଗାୟତ୍ରୀ ମହାନ୍ତି । ୩୮ ବର୍ଷିୟା ଗାୟତ୍ରୀ ଏହି ଟାଇଟଲ୍‌ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ।

ମୁମ୍ବାଇରେ ଅସ୍ତର ଫାଇନ୍‌ ଆର୍ଟସ୍‌ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ମିସେସ୍‌ ଇଣ୍ଡିଆ କର୍ଣ୍ଣାଟକ ଆଇ ଆମ୍‌ ପାୱାରଫୁଲ୍‌-୨୦୧୯ ପ୍ରତିଯୋଗିତାରେ ରନର୍ସ ଅପ୍‌ ହେବା ପରେ ଗାୟତ୍ରୀ ମିସେସ୍‌ ଇଣ୍ଡିଆ ଗ୍ଲୋବ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ଗାୟତ୍ରୀ ଜଣେ ଉଦ୍ୟୋଗୀ, ଫିଟେନସ୍‌ ପ୍ରଶିକ୍ଷିକା ଭାବେ କାର୍ଯ୍ୟ କରନ୍ତି । ସ୍କୁଲସ୍ତରରୁ ସେ ମଡେଲିଂ କରି ଆସୁଥିଲେ । ଏହାସହ ଜଣେ ଏନ୍‌ସିସି କ୍ୟାଡେଟ୍‌ ଭାବେ ମଧ୍ୟ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ୨୦୦୨ରେ ରାଜପଥ ମାର୍ଚ୍ଚିଂରେ ଅଂଶଗ୍ରହଣ କରି ଓଡ଼ିଶାର ଶ୍ରେଷ୍ଠ କ୍ୟାଡେଟ୍‌ ଭାବେ ବିବେଚିତ ହୋଇଥିଲେ ।

ଗାୟତ୍ରୀଙ୍କ ସ୍ୱାମୀ ସନ୍ଦୀପ ପଟ୍ଟନାୟକ କେଷ୍ଟୋନ୍‌ ମାକେର୍ଟିଂ ସଭିସ୍‌ର କ୍ଲାଇଣ୍ଟ ସର୍ଭିସିଂ ମୁଖ୍ୟ ଭାବେ କାର୍ଯ୍ୟରତ । ତାଙ୍କ ବାପା ରତିକାନ୍ତ ମହାନ୍ତି ବ୍ୟାଙ୍କ କର୍ମଚାରୀ ଓ ମା’ ମୀନତି ପଟ୍ଟନାୟକ ଇଞ୍ଜିନିୟର ।