PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ବଢୁଛି ଗେଙ୍ଗୁଟି ନଦୀର ଜଳସ୍ତର, ଲୋକେ ଆତଙ୍କିତ

ଚଣ୍ଡିଖୋଲ, ୧୭।୮ ହୀରାକୁଦରୁ ୪୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଫଳରେ  ମହାନଦୀ ର ଜଳସ୍ତର ବୃଦ୍ଧି ପାଇଛି। ଯାହାର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି।  ଜିଲ୍ଲାର ଧର୍ମଶାଳା ବ୍ଲକର ପଟୁଣିଆ ପଂଚାୟତରେ  ଗେଙ୍ଗୁଟି ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଏବେ ଲୋକେ ଆତଙ୍କିତ ଅବସ୍ଥା ରେ ରହିଛନ୍ତି।

ପଟୁଣିଆ ପଂଚାୟତରେ ପୂର୍ବରୁ ଲଗାଣ ବର୍ଷା ହୋଇଥିବା ବେଳେ ଏବେ ବନ୍ୟାଜଳ ଆସିଛି।  ଫଳରେ ଚାଷ ଜମି ରେ ବନ୍ୟା ଜଳ ଜମି ରହିଥିବା ରୁ ଫସଲ ପ୍ରଭାବିତ ହୋଇଛି। ପଟୁଣିଆ ପଂଚାୟତର ଚାଷୀମାନେ ଏକର ଏକର ଚାଷ ଜମିରେ ଧାନ, ନଳିତା ଓ ଆଖୁ ଚାଷ କରିଥିଲେ ସୁଦ୍ଧା ବନ୍ୟାଜଳ ଚାଷ ଜମିରେ ମାଡି ଯିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି।  ଯେଉଁଥି ପାଇଁ ଚିନ୍ତା ରେ ଚାଷୀକୂଳ।

ଆଗକୁ ଜଳସ୍ତର ବୃଦ୍ଧି ପାଉଥିବାରୁ ଗାଁ ରେ ବନ୍ୟାଜଳ ପଶିବା ସହ ରାସ୍ତା ଘାଟ ଜଳମଗ୍ନ ହେବାର ଆଶଙ୍କା ରହିଛି। ଯେଉଁଥି ପାଇଁ ଭୟଭୀତ ଅବସ୍ଥାରେ ଲୋକେ ରହିଛନ୍ତି। ବନ୍ୟା ଆସିଲେ ପଟୁଣିଆ ପଂଚାୟତ ବେଶ ପ୍ରଭାବିତ ହୋଇଥାଏ। ବିଭିନ୍ନ ସମୟରେ ଘାଇ ସୃଷ୍ଟି ହେଉ ଥିବାରୁ ଜଳବନ୍ଦୀ ରେ ଲୋକ ଙ୍କୁ ନାକେଦମ ହେବାକୁ ପଡୁଛି ସେଥିପାଇଁ ପ୍ରଶାସନ ପକ୍ଷରୁଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅଂଚଳବାସୀ ଦାବୀ କରିଛନ୍ତି।