ଫିଲ୍ମ ‘ଟ୍ରାଏଲ୍ ପିରିଅଡ୍’ର ସୁଟିଂ ଆରମ୍ଭ କଲେ ଜେନେଲିଆ, ଭିଡିଓ ସେୟାର କରି ଦେଲେ ସୂଚନା

ମୁମ୍ବାଇ ୨୮/୦୫ : ବବ୍ଲି ନାୟିକା ଜେନେଲିଆ ଡି’ସୁଜାଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଫିଲ୍ମ ‘ମିଷ୍ଟର୍ ମମ୍ମି’ର ସୁଟିଂ ଶେଷ କରିବା ପରେ ନୂଆ ପ୍ରୋଜେକ୍ଟରେ ସେ କାମ ଆରମ୍ଭ କରିଛନ୍ତି । ଫିଲ୍ମର ଟାଇଟଲ୍ ‘ଟ୍ରାଏଲ୍ ପିରିଅଡ୍’। ଗତ କାଲି ଜେନେଲିଆ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ଏ ବିଷୟରେ ଫ୍ୟାନ୍ ଓ ଫଲୋଅର୍ସଙ୍କୁ ସୂଚନା ଦେଇଛନ୍ତି । ଫିଲ୍ମ ସେଟ୍କୁ ଯିବା ରାସ୍ତାରେ ସେ କାର୍ରେ ଥାଇ ଏକ ଭିଡିଓ ଶେୟାର କରିଛନ୍ତି । ଭିଡିଓ ସହିତ ସେ ଏକ ବାର୍ତ୍ତା ଲେଖିଛନ୍ତି । ଏହି ଲେଖା ମାଧ୍ୟମରେ ଏ ବର୍ଷର ଚତୁର୍ଥ ପ୍ରୋଜେକ୍ଟର ସୁଟିଂକୁ ନେଇ ସେ ନିଜର ଉତ୍ସାହ ବର୍ଣ୍ଣନା କରିଛନ୍ତି । ଲେଖିଛନ୍ତି ‘ଆଉ ଏକ ନୂଆ ଆରମ୍ଭର ମାର୍ଗରେ… ନୂଆ ଫିଲ୍ମ ‘ଟ୍ରାଏଲ୍ ପିରିଅଡ୍’ । ଏଇଟି ମୋର ଏ ବର୍ଷର ୪ର୍ଥ ପ୍ରୋଜେକ୍ଟ । ବହୁତ ସୁନ୍ଦର ଅନୁଭବ ।’

‘ଟ୍ରାଏଲ୍ ପିରିଅଡ୍’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଆଲେୟା ସେନ୍ । ଜେନେଲିଆଙ୍କ ସହ ମାନବ କୌଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ପାରମ୍ପରିକ ପୋଷାକରେ ଫ୍ୟାନ୍ଙ୍କୁ ଆକର୍ଷିତ କରିବାରେ ଜେନେଲିଆ କେବେ ଫେଲ୍ ହୋଇନାହାନ୍ତି । ନିକଟରେ ଏକ ପାରମ୍ପରିକ ଲେହଙ୍ଗା ଚୋଲିରେ ସେ ଫ୍ୟାନ୍ଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଫିଲ୍ମ ଦୁନିଆରେ ପୁଣି ଥରେ ସକ୍ରିୟ ହେଉଥିବା ଜେନେଲିଆ ନିଜ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ ଜରିଆରେ ଫ୍ୟାନ୍ଙ୍କୁ ବାନ୍ଧି ରଖିବାକୁ ପ୍ରୟାସ ଚଳାଇଛନ୍ତି ।