ନୂଆଦିଲ୍ଲୀ, ୧।୧୧: ୟୁକ୍ରେନରେ ଯୁଦ୍ଧ ଚତୁର୍ଥ ବର୍ଷରେ ପହଞ୍ଚିଥିବା ବେଳେ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନେ ଶିକ୍ଷା ପାଇଁ ସୁରକ୍ଷିତ ବିକଳ୍ପ ଆଡ଼କୁ ମୁହାଁଉଛନ୍ତି । ଅନ୍ୟପଟେ ଭାରତୀୟ ଡାକ୍ତରୀ ଆଶାୟୀମାନଙ୍କ ପାଇଁ ଏକ ନୂତନ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେଉଛି ଜର୍ଜିଆ । ସୂଚନା ଅଧିକାର ଆଇନ ଅନୁଯାୟୀ, ରିଜର୍ଭ ବ୍ୟାଙ୍କର ଲିବରାଲାଇଜ୍ଡ ରେମିଟାନ୍ସ ସ୍କିମ୍ (LRS) ତଥ୍ୟ ଅନୁଯାୟୀ, ଭାରତୀୟମାନେ ୨୦୨୪-୧୫ ମସିହାରେ ଜର୍ଜିଆରେ ଶିକ୍ଷା ପାଇଁ ୫୦.୨୫ ମିଲିୟନ ଡଲାର ଖର୍ଚ୍ଚ କରିଥିଲେ, ଯାହା ୨୦୧୮-୧୯ ମସିହାରେ ୧୦.୩୩ ମିଲିୟନ ଡଲାର ତୁଳନାରେ ପ୍ରାୟ ୫ ଗୁଣ ଅଧିକ । LRS ତଥ୍ୟ ଦର୍ଶାଉଛି ଯେ, ଏହି ବୃଦ୍ଧି ମୁଖ୍ୟତଃ ୟୁକ୍ରେନର ଖର୍ଚ୍ଚରେ ହୋଇଛି । ସେଠାରେ ଶିକ୍ଷା ପାଇଁ ଭାରତୀୟଙ୍କ ଟଙ୍କା ୨୦୧୮-୧୯ରେ ୧୪.୮୦ ମିଲିୟନ ଡଲାରରୁ ହ୍ରାସ ପାଇ ୨୦୨୪-୨୫ରେ ମାତ୍ର ୨.୪୦ ମିଲିୟନ ଡଲାର ହୋଇଛି ।
୨୦୨୦-୨୧ ଏବଂ ୨୦୨୧-୨୨ରେ ୟୁକ୍ରେନ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ୧୦ଟି ସ୍ଥାନ ମଧ୍ୟରେ ଗୋଟିଏ ଥିଲା, ଯେତେବେଳେ ଭାରତୀୟମାନେ ୟୁକ୍ରେନକୁ ପଠାଇଥିବା ଟଙ୍କା ୩୯.୧୨ ମିଲିୟନ ଡଲାର ଛୁଇଁଥିଲା । ଫେବୃଆରୀ ୨୦୨୨ରେ ଏହା ୨୦୨୨-୨୩ ରେ ପ୍ରାୟ ୧୦.୬ ମିଲିୟନ ଡଲାରକୁ ହ୍ରାସ ପାଇଥିଲା । ୨୦୨୨-୨୩ରେ, ଭାରତୀୟମାନେ ବିଦେଶରେ ଶିକ୍ଷା ପାଇଁ ଟଙ୍କା ପଠାଇଥିବା ଶ୍ରେଷ୍ଠ ୧୫ଟି ଦେଶ ତାଲିକାରେ ଜର୍ଜିଆ ସାମିଲ ହୋଇଥିଲା । ଯାହା ତାଲିକାର ୧୪ ତମ ସ୍ଥାନରେ ଥିଲା । ୨୦୧୮-୧୯ରେ ଏହା ୨୧ ତମ ସ୍ଥାନରେ ଥିଲା । ବର୍ତ୍ତମାନ ଜର୍ଜିଆ ଦ୍ୱାଦଶ ସ୍ଥାନରେ ପହଞ୍ଚିଛି । ଗତ ବର୍ଷ ଡିସେମ୍ବରରେ ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଶିକ୍ଷା ୨୦୧୯ରେ ୪ ହଜାର ୧୪୮ ଭାରତୀୟ ଭାରତୀୟ ଜର୍ଜିଆ ଯାଇଥିଲେ । ୨୦୨୩ରେ ଏହି ସଂଖ୍ୟା ୧୦ ହଜାର ୪୭୦କୁ ବୃଦ୍ଧି ପାଇଥିଲା ।
ଏଡୁଆବ୍ରୋଡ୍ କନସଲ୍ଟିଂର ସିଇଓ ପ୍ରତିଭା ଜୈନ କହିଛନ୍ତି, "ଜର୍ଜିଆ ଏହାର ଡାକ୍ତରୀ ପାଠ୍ୟକ୍ରମ ପାଇଁ ଲୋକପ୍ରିୟ । ଏହା ୟୁରୋପର ନିକଟତର ଏବଂ ଏଠାରେ ପାଠପଢ଼ା ଖର୍ଚ୍ଚ ବହୁତ କମ୍ ଖର୍ଚ୍ଚ । ସେଠାରେ ଏତେ କଠୋର ଆଇନ ନାହିଁ । ତେଣୁ ଯୁଦ୍ଧ ପୂର୍ବରୁ ଏହା ବହୁତ ଲୋକପ୍ରିୟ ଥିଲା ।" ତଥାପି, ଜୈନ ଦର୍ଶାଇଥିଲେ ଯେ, ଡାକ୍ତରୀ ପାଠ୍ୟକ୍ରମ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରୁଷ ଏକ ଲୋକପ୍ରିୟ ଦେଶ ହୋଇ ରହିଛି । LRS ତଥ୍ୟ ଦର୍ଶାଉଛି ଯେ ୨୦୨୪-୨୫ରେ ରୁଷରେ ଶିକ୍ଷା ଉପରେ ଭାରତୀୟମାନଙ୍କ ଖର୍ଚ୍ଚ ୬୯.୯୪ ମିଲିୟନ ଡଲାରରେ ପହଞ୍ଚିଛି, ଯାହା ୨୦୨୩-୨୪ରେ ୨୨.୪୮ ମିଲିୟନ ଡଲାରରୁ ୨୦୦% ବୃଦ୍ଧି । ଗତ ବର୍ଷ ସଂସଦରେ ଉପସ୍ଥାପିତ ତଥ୍ୟ ଦର୍ଶାଉଛି ଯେ, ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ କାନାଡ଼ା, ଆମେରିକା, ୟୁକେ, ଅଷ୍ଟ୍ରେଲିଆ ଏବଂ ଜର୍ମାନୀ ଶ୍ରେଷ୍ଠ ୫ଟି ଦେଶ ଥିଲେ । ଶ୍ରେଷ୍ଠ ୫ଟି ଦେଶ ମଧ୍ୟରେ, କାନାଡ଼ାରେ ୨୦୨୩-୨୪ ତୁଳନାରେ ପ୍ରାୟ ୪୩% ସର୍ବାଧିକ ହ୍ରାସ ଘଟିଛି, ସେହିପରି ଅଷ୍ଟ୍ରେଲିଆରେ ୫% ହ୍ରାସ ରେକର୍ଡ କରାଯାଇଛି । ଅନ୍ୟପଟେ ୟୁକେରେ ୧୨% ବୃଦ୍ଧି ଘଟିଛି ଓ ଜର୍ମାନୀରେ ୭୦% ବୃଦ୍ଧି ଘଟିଛି । RBIର LRS ଭାରତୀୟ ବାସିନ୍ଦାମାନଙ୍କୁ ପ୍ରତି ଆର୍ଥିକ ବର୍ଷରେ ୨ ଲକ୍ଷ ୫୦ ହଜାର ଡଲାର ପର୍ଯ୍ୟନ୍ତ ବିଦେଶକୁ ପାଣ୍ଠି ପଠାଇବାକୁ ଅନୁମତି ଦିଏ ।