ବର୍ଲିନ,୩୧/୦୭: ଜର୍ମାନୀର ଅଲିମ୍ପିକ୍ସ ପଦକ ବିଜୟିନୀ ଲୌରା ଡାଲମିୟର ପାକିସ୍ତାନରେ ପର୍ବତାରୋହଣ ବେଳେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ବୟସ ୩୧  ବର୍ଷ । ସେ ଗତ ୨୦୧୮ ଶୀତ କାଳୀନ ଅଲିମ୍ପିକ୍ସରେ ସେ ୩ଟି ପଦକ ହାସଲ  କରିଥିଲେ । 

ଗତ ୨୮ ତାରିଖରେ ପାକିସ୍ତାନର କାରାକୋରମ ପର୍ବତମାଳାର ଏକ ଶୃଙ୍ଗ ଆରୋହଣ କରୁଥିବା ସମୟରେ ପଥର ଖସି ତାଙ୍କ ଉପରେ ପଡ଼ିଥିଲା ।  ଘଟଣାସ୍ଥଳରେ ସେ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ତାଙ୍କ ସହ ପର୍ବତାରୋହଣ କରୁଥିବା ସାଥି ମାରିନା ଇଭା ତୁରନ୍ତ ସୁରକ୍ଷା ସେବା ପାଇଁ ଯୋଗାଯୋଗ କରିଥିଲେ । ହେଲେ ପାଗ ଖରାପ ଯୋଗୁଁ ତାଙ୍କ ନିକଟରେ କୌଣସି ସହଯୋଗ  ପହଞ୍ଚି ପାରିନଥିଲା । ଦୁର୍ଘଟଣା ସମୟରେ ସେ ୫,୭୦୦ ମିଟର ଉଚ୍ଚରେ ରହିଥିଲେ ।