ଫ୍ରାନ୍ସ ଉପରେ ଭାରିପଡିଲା ଜର୍ମାନୀ, ୫-୧ ଗୋଲରେ ହରାଇ କ୍ବାର୍ଟର୍ ଫାଇନାଲରେ ଦଳ

ଭୁବନେଶ୍ବର ୨୩/ ୦୧: ହକି ବିଶ୍ବକପ୍ ୨୦୨୩ରେ କ୍ରସ ଓଭର ମୁକାବିଲାରେ ସୋମବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଜର୍ମାନୀ ଏବଂ ଫ୍ରାନ୍ସ । ଉଭୟ ଟିମ୍ ମଧ୍ୟରେ ମୁକାବିଲା ଏକତରଫା ହୋଇଥିଲା । ଫ୍ରାନ୍ସକୁ ୧-୫ ଗୋଲରେ ହରାଇ କ୍ବାର୍ଟର୍ ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ ।
ପ୍ରଥମାର୍ଦ୍ଧର କ୍ବାର୍ଟର ୧ରେ ଜର୍ମାନୀ ଗୋଟିଏ ଗୋଲ୍ କରିଥିବା ବେଳେ ଦ୍ବିତୀୟ କ୍ବାର୍ଟରରେ ୩ଟି ଗୋଲ୍ କରିଥିଲା । ସେହିଭଳି ଦ୍ବିତୀୟାର୍ଦ୍ଧର ତୃତୀୟ କ୍ବାର୍ଟର ଗୋଲ୍ ଶୂନ୍ୟ ରହିଥିବା ବେଳେ ଚତୁର୍ଥ ତଥା ଅନ୍ତିମ କ୍ବାର୍ଟରରେ ଉଭୟ ଟିମ୍ ଗୋଟିଏ ଲେଖାଏ
ଗୋଲ୍ କରିବାକୁ ସକ୍ଷମ ହୋଇଥିଲେ ।
ପଢନ୍ତୁ ଏହି ଖବର: ୨୦୨୨ ପାଇଁ ICCର ଟି-୨୦ ଟିମ୍: ଭାରତରୁ ସର୍ବାଧିକ ୩ ଜଣ ଖେଳାଳି, ପାକିସ୍ତାନରୁ…
ଜର୍ମାନୀ ପକ୍ଷରୁ ମିଲଟାକୁ ମାର୍କୋ ୧୪ତମ ମିନିଟରେ ପ୍ରଥମ ଗୋଲ୍ ସ୍କୋର କରିଥିବା ବେଳେ ଓ୍ବେଲେନ୍ ନିକଲାସ୍ ୧୮ତମ ମିନିଟରେ ୨ୟ ଗୋଲ, ଗ୍ରାମବସ୍ ମାଟସ୍ ୨୩ ତମ ମିନିଟରେ ତୃତୀୟ ଗୋଲ, ଟ୍ରମ୍ପେଜ୍ ମୋରିଜ୍ ୨୪ତମ ମିନିଟରେ ୪ର୍ଥ ଗୋଲ ଏବଂ ପିଲାଟ୍ ଗୋଞ୍ଜାଲୋ ୫୯ତମ ମିନିଟରେ ଜର୍ମାନୀ ପକ୍ଷରୁ ୫ମ ଗୋଲ୍ ସ୍କୋର ଦେଇଥିଳେ । ଫ୍ରାନ୍ସ ପକ୍ଷରୁ ଗୋୟେତ୍ ଫ୍ରାଙ୍କୋଇସ୍ ୫୭ତମ ମିନିଟରେ ଏକମାତ୍ର ଗୋଲ୍ କରିଥିଲେ । ପରାଜୟ ସହ ହକି ବିଶ୍ବକପରୁ ବିଦାୟ ନେଇଛି ଫ୍ରାନ୍ସ ।
Germany advanced to the quarter-finals of the FIH Odisha Hockey Men's World Cup 2023 Bhubaneswar-Rourkela with a convincing victory.
— Hockey India (@TheHockeyIndia) January 23, 2023
🇩🇪GER 5-1 FRA🇫🇷#GERvFRA #HockeyIndia #IndiaKaGame #HockeyWorldCup2023 @CMO_Odisha @sports_odisha @Media_SAI @IndiaSports @DHB_hockey @FF_Hockey pic.twitter.com/kyJTzE6OnM