PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଫାଷ୍ଟ ଟ୍ୟାଗ୍‌ କ୍ୟାମେରାରେ ତ୍ରୁଟି: ଘରେ ଗାଡ଼ି, ଟୋଲ୍‌ ପ୍ଲାଜାରେ କଟୁଛି ଟଙ୍କା

financialexpress

କଟକ,୧୯/୧୧: କଟକରେ ରହୁଥିବା ଜଣେ ବ୍ୟକ୍ତିଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ଆସିଥିଲା । ସେଥିରେ ଲେଖାଥିଲା ଯେ ତାଙ୍କ ଗାଡ଼ି ମଙ୍ଗୁଳି ଟୋଲ୍‌ ପ୍ଲାଜା ଦେଇ ଗଲାବେଳେ ଏକ ଶହ ପଇଁତିରିଶ ଟଙ୍କା ତାଙ୍କ ଆକାଉଣ୍ଟରୁ କାଟିନିଆଯାଇଛି । ଏଭଳି ମେସେଜ୍‌ ଦେଖି ଗାଡ଼ି ମାଲିକ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ତାଙ୍କ ଗାଡ଼ି ମରାମତି ପାଇଁ ୩ ଦିନ ହେବ ଭୁବନେଶ୍ୱରର ଏକ କାର୍‌ ମରାମତି କାରଖାନାରେ ରହିଛି । ମେସେଜ୍‌ ପାଇବା ପରେ ଉକ୍ତ ବ୍ୟକ୍ତି ସ୍ଥାନୀୟ ଆର୍‌ଟିଓଙ୍କୁ ଏ ସଂପର୍କରେ ଜଣାଇଥିଲେ । ଗାଡ଼ି ଖୋଲାଖୋଲି ହୋଇ ପଡ଼ିଥିବା ବେଳେ ଟୋଲଗେଟ୍‌ରୁ କିଭଳି ଏଭଳି ଆଶ୍ଚର୍ଯ୍ୟ ଜନକ ବିଲ୍‌ ଆସିଲା ତାହା ଆର୍‌ଟିଓଙ୍କୁ କହିଥିଲେ । ଖୋଳତାଡ଼ ପରେ କ୍ୟାମେରାରେ ତ୍ରୁଟି ଯୋଗୁଁ ଏପରି ହୋଇଥିବା ଜଣାପଡିଥିଲା । ଫଳରେ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କୁ ମଧ୍ୟ କ୍ଷମା ମାଗିବାକୁ ପଡ଼ିଛି ।

କିଛିଦିନ ତଳେ ସରକାରଙ୍କ ଘୋଷଣା ପରେ କାର ଓ ଅନ୍ୟଗାଡ଼ିଗୁଡ଼ିକ ଟୋଲ୍‌ ଗେଟ୍‌ରେ ନ ଅଟକିବାକୁ ଯାନବାହନର ସମ୍ମୁଖ ଭାଗରେ ଫାଷ୍ଟ ଟ୍ୟାଗ୍‌ ଲଗାଇବାକୁ ନିର୍ଦ୍ଦେଶ ମିଳିଥିଲା । ଅନେକ ଏହା ଲଗାଇ ଟୋଲ ଗେଟ୍‌ରେ ନଅଟକି ଗତି କରିବା ବେଳେ କ୍ୟାମେରାରେ ଗାଡ଼ି ନମ୍ବର ଫାଷ୍ଟ ଟ୍ୟାଗରୁ ଉଠିଯାଇ ମାଲିକଙ୍କ ନିର୍ଦ୍ଧାରୀତ ଆକାଉଣ୍ଟରୁ ଆବଶ୍ୟକ ଅର୍ଥ କଟିଯିବା ସହ ଏହାର ସୂଚନା ମାଲିକଙ୍କ ମୋବାଇଲକୁ ତତ୍‌କ୍ଷଣାତ ଆସୁଥିଲା । କିନ୍ତୁ ଗ୍ୟାରେଜ୍‌ରେ ଗାଡ଼ି ଥାଇ ଟୋଲ୍‌ପ୍ଲାଜାରେ ଟଙ୍କା କଟି ଫୋନକୁ ମେସେଜ୍‌ ଆସିବା ଘଟଣା ଗାଡ଼ି ମାଲିକଙ୍କୁ ବିସ୍ମିତ କରିଛି । ମେସେଜ୍‌ ବିଷୟରେ ଜାଣିବା ପରେ ଉକ୍ତ ଘର ମାଲିକ ମଙ୍ଗଳି ଟୋଲ୍‌ଗେଟ୍‌କୁ ଯାଇଥିଲେ । ଗୋଟିଏ ନମ୍ବରରେ ଦୁଇଟି ଗାଡ଼ି ରହିଥିବା କଥା ପ୍ରଶ୍ନ ଉଠାଇଥିଲେ । ହେଲେ ସେଠାରେ ଥିବା ସିସି କ୍ୟାମେରା ଯାଞ୍ଚ୍‌ କରିବାରୁ କ୍ୟାମେରାରେ ତ୍ରୁଟି ଥିବା ଜଣାପଡ଼ିଥିଲା।

ଫାଷ୍ଟ ଟ୍ୟାଗ୍‌ କ୍ୟାମେରାରେ ଉଠିଥିବା ଫଟୋରେ ଓଡ଼ି ୦୫ ସ୍ଥାନରେ ଓଆର୍‌ ୦୫ ହେବାରୁ ଅନ୍ୟ ଏକ ଗାଡ଼ି ପାସ୍‌ କରିବା ବେଳେ ନ ଆସିଥିବା ଗାଡ଼ି ନାମରେ ଅର୍ଥ କାଟିନେବା ଘଟଣା ସାମ୍ନାକୁ ଆସିଥିଲା । ଏଥିପାଇଁ ଟଙ୍କା କଟିଥିବା ଗାଡ଼ିର ମାଲିକଙ୍କୁ ଗ୍ୟାରେଜ ଥିବା ଗାଡ଼ିର ଫଟୋ ଏବଂ କାଗଜପତ୍ର ଆଦିକୁ ନେଇ ଜାତୀୟ ରାଜପଥ କର୍ମଚାରୀଙ୍କ ସହ ଆଲୋଚନା କରିବା ପରେ ସତ କଥାଟା ସାମ୍ନାକୁ ଆସିଥିଲା । ଏହା ଜଣାପଡିବା ପରେ ଜାତୀୟ ରାଜପଥ କର୍ମଚାରୀ ଗାଡି ମାଲିକଙ୍କୁ କ୍ଷମା ମାଗିଥିଲେ । ଏଭଳି ଘଟଣା ଏବେ ପ୍ରାୟ ଟୋଲ୍‌ ପ୍ଲାଜାରେ ଘଟୁଥିବା ବେଳେ ଏହାକୁ ସୁଧାରିବା ପାଇଁ ଜାତୀୟ ରାଜପଥ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି ।