ନୂଆଦିଲ୍ଲୀ ୨୬/୦୪:ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ କାନ ଝୁମୁକା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଝୁମୁକା ପିନ୍ଧିଥିବା ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମେଲୋନି ସୋସିଆଲ ମିଡିଆରେ ଏକ ସେଲ୍ଫି ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଔପଚାରିକ ୱିଣ୍ଟର ଲୁକ୍ରେ ଦେଖିବାକୁ ମିଳିଛି । କିନ୍ତୁ ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରିଛି ତାଙ୍କ କାନର ଝୁମୁକା । ଝୁମୁକାରେ ଘୁଙ୍ଗୁର ଭଳି ଡିଜାଇନ୍ ହୋଇଛି, ଯାହା ଭାରତୀୟ ଷ୍ଟାଇଲ୍ର ପରିଚୟ ଦେଉଛି ।
ମେଲୋନି ଏହି ଫଟୋସହିତ ରାଜନୀତି ସହ ସଂଶ୍ଳିଷ୍ଟ ଏକ କଠୋର ବାର୍ତ୍ତା ଦେଇଛନ୍ତି । ଏଥିରେ ପ୍ରଚାର, ସ୍ୱାଧୀନତା ଓ ଇଟାଲିର ହିତ ବିଷୟରେ କହିଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଲୋକେ ତାଙ୍କ ବାର୍ତ୍ତା ଅପେକ୍ଷା ତାଙ୍କ ଝୁମୁକା ବିଷୟରେ ବେଶି ଚର୍ଚ୍ଚା କରୁଛନ୍ତି । ଫଟୋ ଶେୟାର କରିବାର କିଛି ମିନିଟ୍ ମଧ୍ୟରେ ଭାରତୀୟ ସୋସିଆଲ ମିଡିଆ ୟୁଜର୍ ମେଲୋନିଙ୍କର ଏହି ନିଆରା ଫ୍ୟାଶନ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି । କିଛି ଏହାକୁ ବିଶ୍ୱରେ ବଢୁଥିବା ଭାରତର ସାଂସ୍କୃତିକ ପ୍ରଭାବର ସଙ୍କେତ କହିଛନ୍ତି । ଆଉ କିଛି ମଜାରେ ଲେଖିଛନ୍ତି, ମେଲୋନି ବଲିଉଡ୍ ଷ୍ଟାଇଲ୍ ଡ୍ରେସିଂକୁ ଆପଣେଇଛନ୍ତି ।
ଆହୁରି ପଢ଼ନ୍ତୁ...ଦୀର୍ଘାୟୁ ସ୍ୱପ୍ନ ପୂରା କରିବେ ରୁଷ୍ ବୈଜ୍ଞାନିକ, ଆୟୁଷ ବୃଦ୍ଧି ରିସର୍ଚ୍ଚ ପ୍ରଦାନ କରିବାକୁ ବୈଜ୍ଞାନିକଙ୍କୁ ନିର୍ଦ୍ଦେଶ