PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

୬ ବର୍ଷ ଧରି ଖୁଡ଼ିକୁ ବଳାତ୍କାର ଘଟଣା ଜେଲ୍‌ ଗଲା ପୁତୁରା – ଫସାଇ ଦେଇଥିବା ଅଭିଯୋଗ କଲା ଅଭିଯୁକ୍ତ

ବଳଙ୍ଗା: ପୁତୁରା ଦ୍ୱାରା ଖୁଡ଼ି ୬ବର୍ଷ ଧରି ବଳାତ୍କାରର ଶିକାର ହେବା ମାମଲାରେ ଆଜି ବଳଙ୍ଗା ପୁଲିସ ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଅଭିଯୁକ୍ତର ଜାମିନ ଆବେଦନ ନାମଂଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ତେବେ ଅଭିଯୋଗକାରୀ ଖୁଡ଼ି ତଦନ୍ତରେ ପୁଲିସକୁ ସହଯୋଗ କରୁନଥିବାରୁ ତାଙ୍କର ବୟାନ ରେକର୍ଡ କରାଯାଇନଥିବା ବେଳେ ଡାକ୍ତରୀ ମାଇନା ମଧ୍ୟ ହୋଇ ପାରିନଥିବା ପୁଲିସ କହିଛି । ସେହିଭଳି ଅଭିଯୁକ୍ତ ଯୁବକ ନିଜକୁ ନିର୍ଦ୍ଦୋଷ କହିବା ସହ ଖୁଡ଼ି ତାକୁ ଫସାଇ ଦେଇଥିବା କହିଛି । ଘଟଣାରୁ ପ୍ରକାଶ ଯେ, ବଳଙ୍ଗା ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ସ୍ୱାମୀ ଦୀର୍ଘ ୮ବର୍ଷ ହେବ ନିଖୋଜ ହୋଇ ଯାଇଥିବା ବେଳେ ସେ ତାଙ୍କର ଏକମାତ୍ର ପୁଅ ଏବଂ ଝିଅ ସହ ଶାଶୂଘରେ ରହୁଛନ୍ତି ।

ମହିଳା ଜଣକ ଏକୁଟିଆ ଥିବାର ସୁଯୋଗ ନେଇ ଦୀର୍ଘ ୬ବର୍ଷ ହେବ ତାଙ୍କ ଦେଢ଼ଶୁରଙ୍କ ପୁଅ ସୁଶାନ୍ତ ନାୟକ (୨୮) ତାଙ୍କ ସହିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ଏପରିକି ତାଙ୍କର ସମସ୍ତ ବ୍ୟାଙ୍କ ବାଲାନ୍ସକୁ ମଧ୍ୟ ସୁଶାନ୍ତ ନିଜ ନାମରେ ଟ୍ରାନ୍ସଫର କରିଦେବାକୁ ମଧ୍ୟ ଖୁଡ଼ିଙ୍କୁ ଧମକ ଦେଉଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ବଳଙ୍ଗା ପୁଲିସ ଅଭିଯୁକ୍ତ ସୁଶାନ୍ତକୁ ଥାନାକୁ ଡାକି ପଚରାଉଚରା କରିବା ପରେ ଛାଡ଼ି ଦେଇଥିବା ନେଇ ପୀଡ଼ିତା ପୁରୀ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ବଳଙ୍ଗା ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରି ରବିବାର ଡାକ୍ତରୀ ମାଇନା କରିଥିଲା । ଏହା ପରେ ଆଜି ତା’ର କୋଭିଡ ପରୀକ୍ଷା କରାଯାଇ ନିମାପଡ଼ା କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତା’ର ଜାମିନ ଆବେଦନ ନାମଂଜୁର ହୋଇଯିବାରୁ ତାକୁ ନିମାପଡ଼ା ଉପକାରାଗାରକୁ ପଠାଯାଇଛି ।