ପାଟଣାଗଡ଼ ୨।୧୧(ଆପ୍ର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ତେଣ୍ଡାପଦର ପଞ୍ଚାୟତ ରତାଖଣ୍ଡି ଗାଁ ପାଖ ଗୋଚର ଜମିରୁ ଶନିବାର ଜଣେ ଯୁବତୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ ଜଣେ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି।

ଗୋଚର ଜମିରୁ ଜଗଦାନନ୍ଦ ଷାଣ୍ଡଙ୍କ ଝିଅ ସୁନିତା ଷାଣ୍ଡଙ୍କ ଗଳିତ  ମୃତଦେହ ପାଟଣାଗଡ଼ ପୁଲିସ ଶନିବାର ଉଦ୍ଧାର କରିଥିଲା । ଯଦଓ ଯୁବତୀଙ୍କ ଗଳିତ ଶବର ଅନିତ ଦୁରରେ ଯୁବତୀ ଜଣକ ପିନ୍ଧିଥିବା ଜିନସ୍ ପ୍ୟାଣ୍ଟ  ପକେଟରୁ ପୁଲିସ କିଟନାଶକ ଦ୍ରବ୍ୟ ଉଦ୍ଧାର କରିଛି । ତଥାପି ପାରିପାର୍ଶ୍ବିକ ସ୍ଥିତିରୁ ଯୁବତୀଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରାଯାଇ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ଏପରିକି ପରିବାର ବର୍ଗଙ୍କ ସହ ଗ୍ରାମବାସୀ ମଧ୍ୟ ଯୁବତୀ ଙ୍କୁ ହତ୍ୟା ପରେ ଫିଙ୍ଗି ଦେଇଥିବା ଅଭିଯୋଗ ଆଣି ଘଟଣା ସ୍ଥଳରେ ପୁଲିସକୁ ଏଦିଗରେ ମଧ୍ୟ ତଦନ୍ତ କରିବାକୁ ଦାବି କରିଥିଲେ । ତେବେ ଘଟଣା ସମ୍ପର୍କରେ ପୁଲିସ ତଦନ୍ତରେ ବାଧାପ୍ରାପ୍ତ ହେବା ଆଙ୍କାରେ ମୁହଁ ଖୋଲୁନାହି । କିନ୍ତୁ ଅପରପକ୍ଷରେ ପୁଲିସ ଦେଓଗାଁ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି । ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ପରିବାର ବର୍ଗ ଓ ଗ୍ରାମବାସୀ ଦାବି କରିଛନ୍ତି ।