ପୁରୀ,୦୨/୦୭ :ସମୁଦ୍ରକୂଳ ଥାନା ଅଧୀନ ହୋଟେଲ ନରେନ ପ୍ୟାଲେସର ସୁଇମିଂ  ପୁଲ୍‌ରେ ବୁଡ଼ ି ସୁମିତ୍ରା ମହାପାତ୍ର ଓରଫ  ମାମା(୩୦)ଙ୍କ ମୃତ୍ୟୁ ହୋଇଥିଲା ।  ମାମାଙ୍କ  ସହିତ ଥିବା ପୁରୁଷ ଓ ମହିଳା ବନ୍ଧୁ ନିଶାଦେଇ   ହତ୍ୟା କରିଥିବା ନେଇ ସମୁଦ୍ରକୂଳ ଥାନାରେ   ପରିବାର ଲୋକେ ଅଭିଯୋଗ କରିଥିଲେ ।  ବୁଧବାର ମୃତାଙ୍କ  ଶବ ବ୍ୟବଚ୍ଛେଦ ରିପୋର୍ଟ  ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଥିବା  ନେଇ କହିଛନ୍ତି ଆଇଆଇସି ମାନସରଞ୍ଜନ  ଚକ୍ର ।

ଅଧିକ ପଢ଼ନ୍ତୁ :-  Crime News : ସୁଇମିଂ ପୁଲ୍‌ରେ ଗାଧୋଇବା ବେଳେ ବୁଡ଼ି ଗଲେ ଯୁବତୀ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ

ଶ୍ରୀ ଚକ୍ରଙ୍କ କହିବାନୁଯାୟୀ,  ପାଣିରେ  ବଡ଼ି ମୃତ୍ୟୁ ହୋଇ ଥିବା ଡାକ୍ତର ରିପୋର୍ଟ  ଦେଇଛନ୍ତି । ସେହିଭଳି ସୁଇମିଂ ପୁଲ୍‌ଠାରେ  ଲାଗିଥିବା ସିସିଟିଭିରେ ମଧ୍ୟ ପାଣିରେ ବୁଡ଼ି  ଯାଉଥିବାର ଚିତ୍ର ରହିଛି । ସୂଚନାଯୋଗ୍ୟ,  ଗତ ୨୯ତାରିଖ ଦେବସ୍ନାନପୂଣ୍ଣି ର୍ମା ଦିନ ମାମା,  ତାଙ୍କର  ପୁରୁଷ ବନ୍ଧୁ ତଥା ଅନ୍ୟ ଜଣେ  ମହିଳା ବନ୍ଧୁ    ହୋଟେଲକୁ ଯାଇଥିଲେ ।  ସେମାନେ ସେଠାରେ ଏକ ରୁମ୍‌ ନେଇଥିଲେ ।  ଅପରାହ୍ଣରେ ହୋଟେଲ ସୁଇମିଂ ପୁଲ୍‌ରେ  ସମସ୍ତେ ଗାଧୋଉଥିଲେ । ଏହି ସମୟରେ  ମାମା ବୁଡ଼ ିଯାଇଥିଲେ ।