ମୁମ୍ବାଇ,୧/୭ : ୨୦୨୬ର ପ୍ରଥମାର୍ଦ୍ଧ ଶେଷ ହୋଇସାରିଛି ଏବଂ ଏବେ ଦ୍ବିତୀୟାର୍ଦ୍ଧରେ ବକ୍ସ ଅଫିସରେ କେତେକ ବଡ଼ ଫିଲ୍ମ ଆସିବାକୁ ଯାଉଛି । ଶାହରୁଖ ଖାନଙ୍କ ‘କିଙ୍ଗ’ରୁ ନେଇ ଆଲିୟା ଭଟ୍ଟଙ୍କ ‘ଅଲ୍ଫା’ ପର୍ଯ୍ୟନ୍ତ, ଏହି ମୋଷ୍ଟ ଆଓ୍ବେଟେଡ ଫିଲ୍ମକୁ ଫ୍ୟାନ୍ସ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଆସନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ ଦେଖିବା ।
ସବୁଠରୁ ପ୍ରଥମ କଥା ଯଦି ଆମେ କହିବା ତେବେ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ଇଥା’ ଅଟେ । ଏହି ବାୟୋଗ୍ରାଫିକାଲ ଡ୍ରାମା ଫିଲ୍ମର ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ଅଟନ୍ତି । ଶ୍ରଦ୍ଧା ଫିଲ୍ମରେ ଲୋକପ୍ରିୟ ମହାରାଷ୍ଟ୍ରୀୟନ ତମାଶା ଏବଂ ଲାବଣୀ କଳାକାର ବିଠାବାଇ ନାରାୟଣଗାଓ୍ବକରଙ୍କ ଭୂମିକା ନିଭାଉଛନ୍ତି ।
ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ବ୍ୟତୀତ ରଣଦୀପ ହୁଡ୍ଡା ଏବଂ ଅକ୍ଷରା ସିଂହଙ୍କ ଭଳି କଳାକାର ନଜର ଆସିବେ । ମହମ୍ମଦ ଜୀଶାନ ଅୟୁବ ବି ଏହି ଫିଲ୍ମର ଭାଗିଦାରୀ ଅଟନ୍ତି । ଫିଲ୍ମକୁ ଦିନେଶ ବିଜ୍ଞାନ ପ୍ରଯୋଜନା କରିଛନ୍ତି । ଏହି ଫିଲ୍ମ ୨୮ଅଗଷ୍ଟ ୨୦୨୬ରେ ଫିଲ୍ମ ହଲରେ ରିଲିଜ ହେବ ।
ଆଲିୟା ଭଟ୍ଟ ଏବଂ ରଣବୀର ବାଘଙ୍କ ‘ଅଲ୍ଫା’ ଚଳିତ ବର୍ଷର ମୋଷ୍ଟ ଆଓ୍ବେଟେଡ୍ ଫିଲ୍ମରୁ ଗୋଟିଏ । ୟଶରାଜଙ୍କ ଏହି ଫିଲ୍ମ ୩ଜୁଲାଇ ୨୦୨୬ରେ ଫିଲ୍ମ ହଲରେ ରିଲିଜ ହେବ । ଫିଲ୍ମର ନିର୍ଦ୍ଦେଶକ ଶିବ ରାଓ୍ବେଲ ଅଟନ୍ତି । ଏହି ଫିଲ୍ମରେ ଅନୀଲ କପୁର ଏବଂ ବବି ଦେଓଲ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜରରେ ଅଛନ୍ତି ।
ଶାହରୁଖ ଖାନଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘କିଙ୍ଗ’କୁ ଦର୍ଶକ ବହୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୪ଡିସେମ୍ବର ୨୦୨୬ର ଖ୍ରୀଷ୍ଟମାସ ଅବସରରେ ଫିଲ୍ମ ହଲରେ ରିଲିଜ ହେବାକୁ ଅଛି । ଏଥିରେ ସୁହାନା ଖାନ, ଅଭିଷେକ ବଚ୍ଚନ, ରାଣୀ ମୁଖାର୍ଜୀ, ଦୀପିକା ପାଦୁକୋଣ, ଅନୀଲ କପୁର ଏବଂ ଜାକି ଶ୍ରାଫଙ୍କ ଭଳି କଳାକାର ନଜର ଆସିବେ ।
କନ୍ନଡ଼ ସିନେମାର ସୁପରଷ୍ଟାର ୟଶ ଖୁବଶୀଘ୍ର ଫିଲ୍ମ ‘ଟକ୍ସିକ’ରେ ନଜର ଆସିବେ । ଏହା ପିରିୟଡ଼ ଗ୍ୟାଙ୍ଗଷ୍ଟାର ଫିଲ୍ମର ନିର୍ଦ୍ଦେଶକ ଗୀତୁ ମୋହନଦାସ ଅଟନ୍ତି । ଏଥିରେ କିୟାରା ଆଡ଼ଭାଣୀ, ନୟନତାରା, ହୁମା କ୍ୟୁରେଶୀ, ତାରା ସୁତାରିୟା ଏବଂ ଋକ୍ମିଣୀ ବସନ୍ତଙ୍କ ଭଳି ଅଭିନେତ୍ରୀ ବି ଦେଖାଯିବେ । ଏହି ଫିଲ୍ମ ୨୬ଅଗଷ୍ଟ ୨୦୨୬ରେ ଫିଲ୍ମ ହଲରେ ରିଲିଜ ହେବ ।
ଏହି ଲିଷ୍ଟରେ ରଣବୀର କପୁରଙ୍କ ଫିଲ୍ମ ‘ରାମାୟଣ : ପାର୍ଟ ୧’ର ନାଁ ବି ସାମିଲ ରହିଛି । ଏଥିରେ ସାଇ ପଲ୍ଲବୀ, ୟଶ, ସନୀ ଦେଓଲ, ରବି ଦୁବେ, ଅଋଣ ଗୋଭିଲ ଏବଂ ଲାରା ଦତ୍ତାଙ୍କ ଭଳି ଷ୍ଟାର୍ସ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛନ୍ତି । ଏହି ଫିଲ୍ମ ଦୁଇଟି ପାର୍ଟରେ ରିଲିଜ ହେବ । ଫିଲ୍ମର ପ୍ରଥମ ପାର୍ଟ ୬ନଭେମ୍ବର ୨୦୨୬ରେ ଫିଲ୍ମ ହଲରେ ରିଲିଜ ହେବ ।
‘ମିର୍ଜାପୁର : ଦ ଫିଲ୍ମ’ରେ ପୁଣି ଥରେ କାଲେନ ଭେୟା ଏବଂ ଗୁଡ୍ଡୁ ପଣ୍ଡିତଙ୍କ ଭଳି ଆଇକନିକ ଚରିତ୍ର ନଜର ଆସିବେ । ଏହି ଫିଲ୍ମ ୪ସେପ୍ଟେମ୍ବର୨୦୨୬ରେ ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି । ଏଥିରେ ପଙ୍କଜ ତ୍ରିପାଠୀ, ଅଲୀ ଫଜଲ, ଦେବ୍ୟେନ୍ଦୁ, ଜିତେନ୍ଦ୍ର କୁମାର, ରସିକା ଦୁଗ୍ଗଲ, ଶ୍ବେତା ତ୍ରିପାଠୀ, ଅଭିଷେକ ବାନାର୍ଜୀ, ରବି କିଶନ ଏବଂ ଶ୍ରୀୟା ପିଲଗାଁଓ୍ବକରଙ୍କ ଭଳି ଅଭିନେତା ନଜର ଆସିବେ ।