ନୂଆଦିଲ୍ଲୀ ୦୨/୦୭: କ୍ରିତି ସାନନ୍‌ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ କିଛି ଦିନ ହେଲା ଗୁଜବ ପ୍ରଚାର ହେଉଛି । ବ୍ୟବସାୟୀ କବୀର ବାହିୟାଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଥିବା ଚର୍ଚ୍ଚା ଜୋର ଧରିଛି । ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କୃତି । ସୋସିଆଲ ମିଡିଆ ପୋଷ୍ଟରେ ଉଭୟଙ୍କର ଏକ ଫଟୋ ପୋଷ୍ଟ କରି ସମସ୍ତଙ୍କ ମୁହଁ ସେ ବନ୍ଦ କରିଦେଇଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ କୃତିଙ୍କୁ କବୀରଙ୍କ ସହ ପ୍ରେମ ସମ୍ପର୍କ ବିଷୟରେ ପଚରାଯାଇଥିଲା । ତେବେ ସେ ଏ ବିଷୟରେ ମୁହଁ ଖୋଲିନଥିଲେ । ସଦ୍ୟ ଫଟୋରେ କ୍ରିତି ଓ କବୀର ବହିୟା ପରସ୍ପର କାନ୍ଧରେ କାନ୍ଧ ଛନ୍ଦି ଏକ ସଙ୍ଗୀତ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖୁଛନ୍ତି । ଫଟୋରୁ ଉଭୟଙ୍କ ବ୍ରେକଅପ୍ ଖବର ଗୁଜବ ବୋଲି ସ୍ପଷ୍ଟ ହେଉଛି ।

 

ଆହୁରି ପଢ଼ନ୍ତୁ...ଶାହରୁଖଙ୍କ ‘କିଙ୍ଗ’ରୁ ନେଇ ଆଲିୟାଙ୍କ ‘ଅଲ୍ଫା’, ଜାଣନ୍ତୁ ଚଳିତ ବର୍ଷର ୬ ବହୁ ପ୍ରତିକ୍ଷୀତ ଫିଲ୍ମ

ନିକଟରେ ମୁକ୍ତିପ୍ରାପ୍ତ ହୋମି ଆଦାଜାନିୟାଙ୍କ ‘କକ୍‌ଟେଲ୍-୨’ରେ କ୍ରିତିଙ୍କ ପ୍ରଦର୍ଶନକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏଥିରେ ସେ ଶାହିଦ କପୁର ଓ ରଶ୍ମିକା ମନ୍ଦାନାଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି । ସିନେ ସମୀକ୍ଷକ ଏ ନେଇ ମିଶ୍ର ପ୍ରତିକ୍ରିୟା ଦେଉଥିଲେ ମଧ୍ୟ ବକ୍ସ ଅଫିସ୍‌ରେ ଏହା ଭଲ ବ୍ୟବସାୟ କରିଛି । ଭାରତରେ ଏହା ୧୦୩ କୋଟିରୁ ଅଧିକ ଆୟ କରିଛି । ଏଥିସହିତ ୨୦୨୬ର ୫ମ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି ‘କକଟେଲ୍-୨’ ।