ଦିଗପହଣ୍ଡି, ୨୧/୦୮ : ବିବାହ ଓ ଚାକିରିର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ। ୨ ସାଙ୍ଗଙ୍କୁ ଗିରଫ କଲା ପୁଲିସ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ସୂଚନାନୁଯାୟୀ, ପାଟପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ସୋମବାର ଅପହରଣ କରାଯାଇଥିବା ନେଇ ପୀଡ଼ିତାଙ୍କ ବାପା ପାଟପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ପାଟପୁର ପୁଲିସ ଛାନଭିନ୍ ଆରମ୍ଭ କରିଥିଲା। ପୀଡ଼ିତାଙ୍କୁ ଶେରଗଡ଼ ବ୍ଲକ୍ ପଛ ପଟରୁ ଥିବା ଏକ ଘରୁ ଉଦ୍ଧାର କରିଥିଲା। ଯୁବତୀଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏନେଇ ଅଧିକ ତଦନ୍ତ କରୁଛି।