PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଦାରିଙ୍ଗବାଡ଼ିରେ ଆଉ ଏକ ଲଜ୍ଜା: ନାବାଳିକା ଗର୍ଭବତୀ, ସମ୍ପର୍କୀୟ ମଉସାଙ୍କ ନାମରେ ଏତଲା

source:www.hindubulletin.in

ବ୍ରାହ୍ମଣୀଗାଁ,୨ା୨ (ଆପ୍ର): କନ୍ଧମାଳରେ ଗୋଟିଏ ପରେ ଗୋଟିଏ ଲଜ୍ଜା ଘଟଣା ଘଟିବାରେ ଲାଗିଛି । କେତେ ବେଳେ ନାବାଳିକା ବଳାତ୍କାର ଶିକାର ହେଉଛି ତ ଆଉ କେତେ ବେଳେ ନାବାଳିକା ମାତୃତ୍ୱ ପାଉଛି । ନାବାଳିକା ତଥା ମହିଳାଙ୍କ ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଆଜି ପୁଣି ଆଉ ଏକ ଲଜ୍ଜାଜନକ ଘଟଣା ଘଟିଥିବା ଦାରିଙ୍ଗବାଡ଼ି ବ୍ରାହ୍ମଣୀଗାଁ ଥାନାରେ ଦିଆଯାଇଥିବା ଏତଲାରୁ ଜଣାପଡ଼ିଛି । ମୁଣ୍ଡିଗାଁ ଗ୍ରାମର ଜଣେ ନାବାଳିକା ୬ମାସ ଗର୍ଭବତୀ ହୋଇଛନ୍ତି । ଏନେଇ ନାବାଳିକାଙ୍କ ବାପା ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି । ଅଭିଯୁକ୍ତ ଆଉ କେହି ନୁହେଁ ଝିଅର ନିଜ ମଉସାଙ୍କ ଭାଇ । କିଛି ଦିନ ତଳେ ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ସେବାଶ୍ରମରେ ଜଣେ ନାବାଳିକା ମାତୃତ୍ୱ ପାଇଥିଲେ । ଏହାକୁ ନେଇ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ଅଭିଯୋଗ ଅନୁଯାୟୀ, ମୁଣ୍ଡିଗାଁର ଜଣେ ନାବାଳିକା ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକଙ୍କ ସହ ଗଜପତି ଜିଲ୍ଲା ମୋହନା ଡାକ୍ତରଖାନାକୁ ଯାଇଥିଲେ । ଡାକ୍ତର ସେଠାରେ ପରୀକ୍ଷା କରିବା ପରେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ବ୍ରାହ୍ମଣୀଗାଁ ଥାନାରେ ଏତଲା ଦେଇଛନ୍ତି । ସେଥିରେ ଦର୍ଶାଇଛନ୍ତି ଯେ, ମୋ ଝିଅ ଝାରସୁଗୁଡ଼ାସ୍ଥିତ ଏକ ଇଂରାଜୀ ମିଡିୟମ୍‌ ସ୍କୁଲରେ ପାଠ ପଢ଼ୁଥିଲା । ଖରା ଛୁଟିରେ ଘରକୁ ଆସିଥିଲା । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସାଂସଦ ପଞ୍ଚାୟତର କଡ଼ାବାଡ଼ି ଗ୍ରାମ ନିଜ ମଉସା ଘରକୁ ବୁଲିବାକୁ ଯାଇଥିଲା । ସେଠାରେ ମଉସାଙ୍କ ଭାଇ ଯେ କି ବିବାହିତ ଝିଅ ସହ ବଳାତ୍କାର କରିଛି । ଏନେଇ ଅଭିଯୁକ୍ତକୁ ଗିରଫ କରିବାକୁ ଜଣାଇଛନ୍ତି । ଏନେଇ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଏସ୍‌ଆଇ ପ୍ରମୋଦ ବାଗ୍‌, ସଂଗ୍ରାମ କେଶରୀ ଜେନା କହିଛନ୍ତି ।
ସୂଚନା ଥାଉ କି, ଗତମାସ ୧୨ ତାରିଖରେ ଦାରିଙ୍ଗବାଡ଼ି ଗ୍ରୀନବାଡ଼ି ସ୍ଥିତ ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମାତୃତ୍ୱ ପାଇଛି । ଶୌଚାଳୟ ଭିତରେ ପ୍ରସବ କରିଥିଲା ନାବାଳିକା । ସେହିପରି ସେହିଦିନ ଆଉ ଏକ ଘଟଣା ଜି.ଉଦୟଗିରିରେ ଘଟିଥିଲା । ନୂଆସାହିର ଜଣେ ଯୁବକ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା । ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସିଥିଲେ । ନାବାଳିକା ଜଣକ ଗର୍ଭବତୀ ରହିଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଅଭିଯୋଗ ହୋଇଥିଲା ।