PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ନିଖୋଜ ନାବାଳିକାଙ୍କୁ ଉଦ୍ଧାର କଲା ପୋଲିସ

ବ୍ରହ୍ମପୁର ୧୯/୧୧: ନିଖୋଜ ନାବାଳିକାଙ୍କୁ ସଦର ଥାନା ପୁଲିସ ଗତ କାଲି ଉଦ୍ଧାର କରିଛି । ଆଜି ନାବାଳିକା ଜଣଙ୍କୁ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଥାନା ଅଧିକାରୀ ମହେନ୍ଦ୍ର ସାହୁ କହିଛନ୍ତି । ସୂଚନାଯୋଗ୍ୟ ଯେ ଚଳିତ ମାସ ୧୫ ତାରିଖରେ ସଦର ଥାନା ଅଞ୍ଚଳର ଜଣେ ନାବାଳିକା ଘରୁ କେଉଁ ଆଡ଼େ ଫେରାର ହୋଇଯାଇଥିଲେ । ଏ ନେଇ ତାଙ୍କ ମା’ ସଦର ଥାନାରେ ଅଭିଯୋଗ କାରିଥିଲେ । ଏହାକୁ ନେଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ । ଗତ କାଲି ପୁଲିସ ନିଖୋଜ ବାବାଳିକାଙ୍କୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରୁ ଉଦ୍ଧାର କରିଛି । ନାବାଳିକା ଜଣଙ୍କ ଫେରାର ଦିନ ଠାରୁ ଉକ୍ତ ଗ୍ରାମରେ ଥିବା ତାଙ୍କର ଏକ ବନ୍ଧୁଙ୍କ ଘରେ ରହିଥିବା ପୁଲିସ କହିଛି । ତେବେ ସେ କେଉଁ ପରିସ୍ଥିତିରେ ସେଠାକୁ ଗଲେ ଓ କାହିଁକି ଗଲେ ଏନେଇ ପୁଲିସ ତଦନ୍ତ କରୁଛି । ଅନ୍ୟପକ୍ଷରେ ନାବାଳିକା ଜଣଙ୍କୁ ଉଦ୍ଧାର କରିବା ପରେ ପୁଲିସ ଶିଶୁ କଲ୍ୟାଶ କମିଟି(ସିଡ଼ବ୍ଳୁସି)ରେ ହାଜର କରିଥିଲେ । ଏହା ପରେ ଆଜି ନିଖୋଜ ନାବାଳିକାଙ୍କୁ ପୁଲିସ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ପୁଲିସ କହିଛି ।