PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ରୋଜ୍‌ ଡେ’ରେ ପ୍ରେମୀଯୁଗଳ ଫେରାର

source:www.amarujala.com

ଭୁବନେଶ୍ୱର,୮ ।୨(ବ୍ୟୁରୋ): ରୋଜ ଡେ’ସେଲିବ୍ରେସନ ଚାଲିଲା । ଗୋଲାପ ଦିଆନିଆ ବି ହେଲା । ଏହାପରେ ଆଉ ମନ ଥୟ ଧରିଲାନି । ପ୍ରେମିକଙ୍କ ସହ ଖସି ପଳାଇଲେ । ଟ୍ୟୁସନ ବାହାନାରେ ଘରୁ ଖସି ପଳାଇଥିବା ଦୁଇ ନାବାଳିକାଙ୍କୁ କ୍ୟାପିଟାଲ ଥାନା ପୁଲିସ ଉଦ୍ଧାର କରିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଅପହରଣ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ ଖୋଜୁଛି । ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ସୂର୍ଯ୍ୟନଗର ଅଞ୍ଚଳରେ ଦୁଇ ସାଙ୍ଗ (ଲିଲି,ପ୍ରୀତି, ଛଦ୍ମନାମ) ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ନ୍ତି । ଉଭୟେ ଗତକାଲି ସକାଳେ ଟ୍ୟୁସନ ନାଁରେ ଗଙ୍ଗନଗର ଛକକୁ ଯିବେ ବୋଲି କହି ସାଇକେଲରେ ଘରୁ ବାହାରିଥିଲେ । ହେଲେ ଟ୍ୟୁସନ ନ ଯାଇ ଉଭୟେ ସେମାନଙ୍କ ପ୍ରେମିକଙ୍କୁ ଭେଟିଥିଲେ । ସକାଳୁ ଗୋଟିଏ ପାର୍କରେ ରୋଜ ଡେ’ ସେଲିବ୍ରେସନ ଚାଲିଲା । ପରେ ଆଉ ଘରକୁ ଯିବାକୁ ମନ ହେଲାନି । ପ୍ରେମିକଙ୍କ ସହ ବାଇକ୍‌ରେ ନିର୍ଧୁମ ବୁଲିିଲେ । ଟ୍ୟୁସନରୁ ନ ଫେରିବାରୁ ଉଭୟଙ୍କ ଘରେ ଭାଳେଣି ପଡ଼ିଥିଲା । ଅନେକ ଖୋଜାଖୋଜି ପରେ ନ ପାଇବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଉଭୟ ମୋବାଇଲ ନମ୍ବର ଟ୍ରାକ୍‌ କରି ୨ ନାବାଳିକାଙ୍କୁ ନୟାଗଡ଼ରୁ ଉଦ୍ଧାର କରିଥିଲା । ହେଲେ ପ୍ରେମିକଙ୍କୁ ପାଇନଥିଲା । ନାବାଳିକା ଦ୍ୱୟଙ୍କୁ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏବେ ଅଭିଯୋଗ ମୁତାବକ, ପ୍ରେମିକଙ୍କୁ ଧରିବାକୁ ଖୋଜାଖୋଜି ଆରମ୍ଭ କରିଛି ।