ପ୍ରମୂଖ ଖବର
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ଭିଏଲ୍‌ଡବ୍ଲୁଙ୍କୁ ସର୍ବନିମ୍ନ ପେନ୍‌ସନ୍‌ ଦିଅ

କଟକ, ୨୨।୫: ପଞ୍ଚାୟତ ସେକ୍ରେଟାରିରୁ ଭିଏଲ୍‌ଡବ୍ଲୁ(ଗ୍ରାମ ସେବକ)କୁ ପଦୋନ୍ନତି ପାଇଥିବା କର୍ମଚାରୀଙ୍କୁ ସର୍ବନିମ୍ନ ପେନ୍‌ସନ୍‌ ଦେବାକୁ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସରକାର ବନାମ୍‌ ନିରଞ୍ଜନ ବିଶ୍ୱାଳ ମାମଲାରେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟ ଆଧାରରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଆବେଦନକାରୀ ଏନେଇ ରାଜ୍ୟ ସରକାରଙ୍କୁ ଦରଖାସ୍ତ ଦେବାର ୧୦ଦିନ ମଧ୍ୟରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଦେଇଛନ୍ତି । ବିଜୟ କୁମାର ରାଉତଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । 

ମାମଲାରୁ ଜଣାଯାଇଛି ଯେ, ରାଜ୍ୟ ସରକାର ପଞ୍ଚାୟତ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଭିଏଲ୍‌ଡବ୍ଲୁ ପଦକୁ ପଦୋନ୍ନତି ଦେଇଥିଲେ । ଏହି ଆଦେଶ ଆସିବା ପରେ ଅନେକ କର୍ମଚାରୀ ୩/୪ ବର୍ଷ ଭିଏଲ୍‌ଡବ୍ଲୁ ଭାବେ କାମ କରି ଅବସର ଗ୍ରହଣ କରିଥିଲେ ।  ଫଳରେ ସେମାନଙ୍କୁ ଭିଏଲ୍‌ଡବ୍ଲୁ ହିସାବରେ ଅବସରକାରୀକାଳୀନ କୌଣସି ପ୍ରାପ୍ୟ କିମ୍ବା ପେନ୍‌ସନ୍‌ ମିଳିନଥିଲା । ଏନେଇ ନିରଞ୍ଜନ ବିଶ୍ୱାଳଙ୍କ ସମେତ ୭୮୦ ଜଣ ଭିଏଲ୍‌ଡବ୍ଲୁ ସେତେବେଳେ ସ୍ୟାଟ୍‌ରେ ମାମଲା ରୁଜୁ କରିଥିଲେ । ସ୍ୟାଟ୍‌ ଏହିସବୁ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ସର୍ବନିମ୍ନ ପେନ୍‌ସନ୍‌ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଆଦେଶ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟକୁ ଆସିଥିଲେ । ହାଇକୋର୍ଟ ମଧ୍ୟ ସ୍ୟାଟ୍‌ଙ୍କ ଆଦେଶକୁ କାଏମ୍‌ ରଖିବା ସହ ଆବେଦନକାରୀଙ୍କୁ ସର୍ବନିମ୍ନ ପେନ୍‌ସନ୍‌ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଉକ୍ତ ଆଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟକୁ ଯାଇଥିଲେ । ସୁପ୍ରିମ୍‌କୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ କାଏମ୍‌ ରଖିଥିଲେ ।   

ଏଭଳି ସ୍ଥିତିରେ ବିଜୟ କୁମାର ରାଉତଙ୍କ ସମେତ ପ୍ରାୟ ୧୮୦ ଜଣ ଆବେଦନକାରୀଙ୍କୁ ପେନ୍‌ସନ୍‌ ସୁବିଧା ନମିଳିବାରୁ ସେମାନେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପେନ୍‌ସନ୍‌ ପାଇଁ ଭିଏଲ୍‌ଡବ୍ଲୁ ପିରିୟଡ୍‌ରୁ ଯେତିକି ସମୟ ଅଭାବ ରହିଛି ତାହାକୁ ହିସାବକୁ ନେଇ ଆବେଦନକାରୀଙ୍କୁ ରାଜ୍ୟ ସରକାର ବନାମ ନିରଞ୍ଜନ ବିଶ୍ୱାଳ ମାମଲାର ରାୟ ଆଧାରରେ ସର୍ବନିମ୍ନ ପେନ୍‌ସନ୍‌ ପ୍ରଦାନ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲାବେଳେ ଆଇନଜୀବୀ ଦିଲ୍ଲୀପ ପଟ୍ଟନାୟକ ସହଯୋଗ କରୁଥିଲେ ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.