ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୬/୦୬: ରାଜ୍ୟରେ ପୁଣି ନାକେଦମ୍‌ କରିଛି ତାତି । ୧୭ଟି  ସହରର ତାତି ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର  ଅଧିକାଂଶ ସ୍ଥାନରେ ତାତି ଅଧିକ ରହିଛି । ରବିବାର ଏ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହ  ରହିବ । ୧୭ ତାରିଖରୁ ରାଜ୍ୟର ବହୁ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ତାତିରୁ  ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ପାଣିପାଗ ବିଭାଗର ପୂର୍ବାନୁମାନ  କହୁଛି, ୧୬ରେ ଅନୁଗୁଳ, ସୁନ୍ଦରଗଡ଼,  ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର,  ସୋନପୁର, ବୌଦ୍ଧ ଓ ନୂଆପଡ଼ାରେ  ଗ୍ରୀଷ୍ମପ୍ରବାହ ରହିପାରେ । ବରଗଡ଼, ବାରିପଦା, ନୂଆପଡ଼ା, ବୌଦ୍ଧ, ସମ୍ବଲପୁର,  ସୁନ୍ଦରଗଡ଼ ଓ ରାଉରକେଲାରେ ତାତି ୪୦ ଡିଗ୍ରୀ ପାଖାପାଖି ରହିବ । ଉପକୂଳ  ଓଡ଼ିଶାର ଅଧିକାଂଶ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ  ଓ ଗଜପତି ଜିଲ୍ଲାରେ ଗୁଳଗୁଳି ଅନୁଭୂତ ହୋଇପାରେ । 

୧୭ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶାର ଅନେକ  ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୮ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ  ଓଡ଼ିଶାରେ ଭଲ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।  ୧୯ରେ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ  ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । 

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୮ ଓ ୧୯ରେ କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ । ଏହି  ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସକ୍ରିୟ ହେବା ସହ ପୂରା ଓଡ଼ିଶାକୁ  ଅଗ୍ରସର ହେବ । ୨୦ ବା ୨୧ ତାରିଖ ସୁଦ୍ଧା ଭୁବନେଶ୍ୱର ଓ ଉପକୂଳ ଓଡ଼ିଶାରେ  ମୌସୁମୀ ପହଞ୍ଚିବ । ୨୪ ତାରିଖ ସୁଦ୍ଧା ପୂରା ରାଜ୍ୟରେ ମୌସୁମୀ ବର୍ଷା ହେବ । ଜୁନ୍‌ ମାସରେ ନିଅଣ୍ଟିଆ ବର୍ଷା ସ୍ଥିତି ଉପୁଜିବ ବୋଲି ସେ କହିଛନ୍ତି । 

ଶନିବାର ବାରିପଦାରେ ଦିନ ତାପମାତ୍ରା ସର୍ବାଧିକ ୪୩.୮ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୪୩.୬,ନୂଆପଡ଼ାରେ ୪୩, ସମ୍ବଲପୁରରେ ୪୨.୮, ତାଳଚେର ଓ ରାଉରକେଲାରେ ୪୨.୬, ସୋନପୁରରେ ୪୨.୩, ହୀରାକୁଦରେ ୪୨.୫, ବଲାଙ୍ଗୀରରେ ୪୨.୨ ଓ ଟିଟିଲାଗଡ଼ରେ ୪୨ଡିଗ୍ରୀ ରେକର୍ଡ ହୋଇଛି।

  • PrameyaOdia
  • prameya
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.