Gmail ବ୍ୟବହାର କରୁଛନ୍ତି କି ? ଏହି ୪ ଦରକାରୀ ଫିଚରକୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ : Gmail ଏକ ଲୋକପ୍ରିୟ ଇ-ମେଲ୍ ମେସେଜିଂ ପ୍ଲାଟଫର୍ମ। ସାଧାରଣତଃ ସମସ୍ତେ ଜିମେଲ୍ର ବ୍ୟବହାର କରିଥାନ୍ତି। ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ତ ଜିମେଲ ଖୁବ୍ ଦରକାର ହୋଇଥାଏ । କିନ୍ତୁ ଖୁବ୍ କମ୍ ଲୋକ ଜିମେଲ୍ରେ ପ୍ରତିଦିନ କାମରେ ଆସୁଥିବା ଫିଚର ବିଷୟରେ ଜାଣନ୍ତି। ଏମି କ୍ରମରେ ଆସନ୍ତୁ ଜାଣିବା ଜିମେଲ୍ ସଂପର୍କିତ କିଛି ଫିଚର ବିଷୟରେ। ଯାହା ବହୁତ ଉପଯୋଗୀ।
ସେଟ୍ କରିପାରିବେ ଟେମ୍ପଲେଟ୍-
Gmailରେ ସମୟ ବଞ୍ଚାଇବା ପାଇଁ ଏକ ସହଜ ଟେମ୍ପଲେଟ୍ ପ୍ରସ୍ତୁତ କରାଯାଇ ପାରେ। ଏଥିପାଇଁ ଆପଣଙ୍କୁ ସେଟିଂକୁ ଯାଇ ଆଡଭାନ୍ସ ଲିଙ୍କ୍କୁ ସର୍ଚ୍ଚ କରିବାକୁ ହେବ। ପୁଣି ଟେମ୍ପଲେଟ୍ ସେକ୍ସନକୁ ସ୍କ୍ରଲ୍ କରନ୍ତୁ ଏବଂ ପୁଣି ଏନେବଲ କରନ୍ତୁ । ଏବେ ଆପଣ ଏକ ନୂଆ ଟେମ୍ପଲେଟ୍ ତିଆରି କରିପାରିବେ ଏବଂ କମ୍ପୋଜରେ କ୍ଲିକ୍ କରିପାରିବେ ।

ଇମେଲ୍ର ଭୁଲ୍ କେମିତି କରିବେ ଠିକ୍ –
ଯଦି ପଠାଇବାରେ କୌଣସି ଭୁଲ୍ ହୋଇଯାଏ , ତ ଏଥିପାଇଁ ଆପଣଙ୍କୁ Undo ଅପସନ ମିଳିଥାଏ । ହେଲେ ଏହାକୁ ଗୋଟିଏ ଥର ହିଁ ବ୍ୟବହାର କରାଯାଇ ପାରେ। ଜିମେଲ୍ ଆପଣଙ୍କୁ ମେସେଜ୍ର ପୂରା ମନେପକାଇବାକୁ ଅନୁମତି ଦେଇଥାଏ । ଆପଣଙ୍କୁ କେବଳ ସେଟିଂରେ ଯିବାକୁ ହେବ ଏବଂ ପୁଣି ଅନଡୁ ସେଣ୍ଡ ପାଖରେ ନିଜପସନ୍ଦ ମୁତାବିକ ୫,୧୦,୨୦ ବା ୩୦ ସେକେଣ୍ଡର କ୍ୟାନ୍ସଲେସନ ପିରିୟଡ ବାଛି ପାରିବେ ।
ସବୁ ଅନରିଡ୍ ଇମେଲକୁ କରନ୍ତୁ ଲାଇନଅପ୍ – ବହୁଥର ଅନେକ ମେଲ୍ ଇନବକ୍ସରେ ମିଳିନଥାଏ , ତ ଆପଣଙ୍କୁ ଘାବରେଇବାର କୌଣସି ଆବଶ୍ୟକତା ନାହିଁ। ଆପଣ ସବୁ ଅନରିଡ୍ ଇମେଲ ଗୋଟିଏ ସ୍ଥାନରେ ପାଇ ପାରିବେ । କେବଳ ନିଜର ଜିମେଲ୍ ଆକାଉଣ୍ଟର ଟପ୍ରେ ସର୍ଚ୍ଚ ବାରକୁ ଯାଆନ୍ତୁ ଏବଂ ଅନରିଡ୍ ଟାଇପ୍ କରନ୍ତୁ ।ଏହା କରିବା ପରେ ଆପଣଙ୍କୁ ସବୁ ଅନରିଡ୍ ଇମେଲ ଏକାଥରେ ମିଳିଯିବ ।
କ୍ରିଏଟ୍ ଲେବଲ – ଲେବଲ ଆପଣଙ୍କୁ ଜିମେଲ ମେସେଜକୁ କାଟାଗୋରାଇଜଡ୍ କରିବାକୁ ଅପସନ ଦେଇଥାଏ । ଆପଣ ନିଜର ଇମେଲକୁ ଅଧିକ ଠିକ୍ ଉପାୟରେ ଚଳାଇ ଆହୁରି ଆକର୍ଷକ କରିବାକୁ ନିଜର କିଛି ବା ସବୁ ଲେବଲକୁ କଲର-କୋଡ୍ କରି ପାରିବେ।