ବେଆଇନ ଭୃଣ ନିରୂପଣ କରୁଥିବା କ୍ଲିନିକ୍ରେ ଚଢଉ, ୧୨ ଗିରଫ

ବ୍ରହ୍ମପୁର,୨୭/୫ : ବେଆଇନ ଭୃଣ ନିରୂପଣ କରୁଥିବା କ୍ଳିନିକ୍ ଉପରେ ପୁଲିସର ଚଢଉ। ଆଙ୍କୁଲି ଆନନ୍ଦନଗରରେ ଥିବା ଏହି କ୍ଲିନିକ୍ ଉପରେ ଚଢଉ ହୋଇଛି । ଏଥିରେ ଆଶା କର୍ମୀଙ୍କ ସମେତ ୧୨ଜଣ ଗିରଫ ହୋଇଛନ୍ତି । କ୍ଲିନିକ୍ ମାଲିକ ଦୁର୍ଗାପ୍ରସାଦ ନାୟକ ମଧ୍ୟ ଗିରଫ।
ଏହି ଚଢଉରେ ଦୁଇଟି ଅଲଟ୍ରା ସାଉଣ୍ଡ୍ ମେସିନ୍, ଗୋଟିଏ ମୋବାଇଲ୍ ଫୋନ୍ ଏବଂ ୧୮, ୨୦୦ ଟଙ୍କା ଜବତ କରାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବ୍ରହ୍ମପୁର ଏସପି ।