PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ତୀର୍ଥ ଯାତ୍ରାରେ ଘର ମାଲିକ, ଘରେ କଳାକନା ବୁଲାଇଲା ଚୋର

Representative image

ବ୍ରହ୍ମପୁର,୨୦ା୧୧: ଭଗବାନଙ୍କ ଆଶିର୍ବାଦ ପାଇବା ସହ ପୁଣ୍ୟ ଅର୍ଜନ ଆଶାରେ ବ୍ରହ୍ମପୁର ସହରର ଏକ ପରିବାର ତୀର୍ଥ କରିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ । ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଚୋରମାନେ ସହରର ଦୁଇଟି ଥାନା ଅଧିନରେ ଥିବା ଦୁଇଟି ଘର ଖାଲି କରିଦେଇଛନ୍ତି । ଉକ୍ତ ଦୁଇଟି ଘରୁ ସହ ସୁନା ଅଳଙ୍କାର, ଟିଭି ଓ ନଗଦ ଟଙ୍କା ନେଇ ଯାଇଥିବା ନେଇ ଉଭୟ ବଡବଜାର ଓ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ବଡବଜାର ଥାନା ଅନ୍ତର୍ଗତ ହରଡାଖଣ୍ଡି ଛକ ନିକଟ କାଠମେନ୍ଟୁ ରୋଡଠାରେ ରହୁଥିବା ଟୁନା ସାହୁ ଉପରୋକ୍ତ ଘଟଣାକୁ ନେଇ ବଡବଜାର ଥାନାରେ ଏତଲା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କାଠମେନ୍ଟୁ ଛକ ବାସିନ୍ଦା ଟୁନା ଓ ତାଙ୍କ ପରିବାର ଲୋକେ ଅକ୍ଟୋବର ୨୬ ତାରିଖରେ ତୀର୍ଥ କରିବା ନିମନ୍ତେ ଘର ତାଲା ପକାଇ ଯାଇଥିଲେ । ତେବେ ଦୀର୍ଘ ୨୦ ଦିନରେ ଟୁନାଙ୍କୁ ହଠାତ୍ ତାଙ୍କ ପଡୋଶୀ ଘର ଲୋକ ଏନ.ମୋହନ ରାଓ ଫୋନ୍ କରିଥିଲେ । ଏବଂ ତାଙ୍କ ଘର ତାଲା ଭାଙ୍ଗି କେହି ଚେ।ରି କରିଥିବା ଜଣାଇଥିଲେ । ସେହି ସମୟରେ ଟୁନା ଓ ତାଙ୍କ ପରିବାର ଲୋକେ ପୁରୀରେ ଥିଲେ । ତୁରନ୍ତ ଏକ ଗାଡି ଭଡା କରି ବ୍ରହ୍ମପୁରସ୍ଥିତ ତାଙ୍କ ଘରକୁ ଆସିଥିଲେ । ଏହି ସମୟରେ ଟୁନା ତାଙ୍କ ଘର ତାଲା ଭାଙ୍ଗିଥିବା ଦେଖିବା ସହ ଘର ଆଲମିରା ଭାଙ୍ଗି ଦୁଇଟି ସୁନା ହାର, ଦୁଇଟି ସୁନା କାନଫୁଲ ସହ ନଗଦ ୪୨ ହଜାର ଟଙ୍କା ଓ ଘରେ ଥିବା ଏଲସିଡି ଟିଭିକୁ ଚୋର ନେଇ ଯାଇଥିବା ଜାଣିବାକୁ ପାଇଲେ । ଏ ନେଇ ସେ ତୁରନ୍ତ ବଡବଜାର ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସେହିପରି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଳୀ ପାଢି ସାହିର ସୁରେଶ ବରାଡ ତାଙ୍କ ପତ୍ନୀଙ୍କୁ ଆଣିବା ପାଇଁ ଚଳିତ ମାସ ୧୦ ତାରିଖରେ ପୁରି ଯାଇଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀ ୩ ଦିନ ପରେ ପୁରୀରୁ ବ୍ରହ୍ମପୁର ଆସିଥିଲେ । ଏହି ସମୟରେ ତାଙ୍କ ଘର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଘର ଭିତରେ ଥିବା ଦୁଇଟି ସୁନା ହାର, ଗୋଟିଏ ମଙ୍ଗଳସୂତ୍ର ଚୋରି ହୋଇଥିବା ସେ ଜାଣିବା ସହ ତୁରନ୍ତ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।