ନୀଳଗିରି, ୮/୧୧ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ସୁନା ବିସ୍କୁଟ ଡିଲ୍। ପୁରୀ ଅଞ୍ଚଳର ଜଣେ ଲୋକକୁ ସୁନା ବିସ୍କୁଟ ଦେବେ କହି ଠକିନେଲେ ୪ ଲକ୍ଷ ଟଙ୍କା। ଅଭିଯୋଗ ପରେ ନୀଳଗିରି ପୁଲିସର କାର୍ଯ୍ୟାନୁଷ୍ଠାନ। ଈଶ୍ଵରପୁର ଫାଣ୍ଡି ଅଞ୍ଚଳର ୬ ଜଣଙ୍କୁ ଅଟକ ରଖିଛି ପୁଲିସ। ନଗଦ ୩ ଲକ୍ଷ ୨୯ ହଜାର ଟଙ୍କା, ୫ଟି ମୋବାଇଲ୍ ଓ ୨ ବାଇକ୍ ଜବତ। ସୁନା ବିସ୍କୁଟ୍ କୁଆଡ଼େ ଗଲା ଖୋଜୁଛି ପୁଲିସ।
ସୂଚନାଥାଉକି, ପୂର୍ବରୁ ସୋର ଓ ପଞ୍ଚଲିଙ୍ଗେଶ୍ୱର, ଟଣକା ଅଞ୍ଚଳର କିଛି ଯୁବକ ସୁନା ବିସ୍କୁଟ ଦେବେ କହି ପୁରୀ ବ୍ରହ୍ମପୁର ଅଞ୍ଚଳର ଜଣେ ଶିକ୍ଷକଙ୍କ ବିଶ୍ୱାସ ଜନ୍ମାଇଥିଲେ। ଏହାପରେ ତାଙ୍କ ଠାରୁ ଲୋକ ଲଗାଇ ୪ ଲକ୍ଷ ଟଙ୍କା ଛଡାଇ ନେଇଥିଲେ। ପୁଲିସ ଏହି ଘଟଣାରେ ଏବେ ଜୋରଶୋରରେ ତନାଘନା ଚଳାଇଛି।