PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଗୋଲ୍ଡ କପ୍‌ ଫୁଟବଲ୍‌ ଫାଇନାଲ୍‌ରେ ମ୍ୟାଁମାର

ଭୁବନେଶ୍ୱର, ୧୧ ।୨ (ବ୍ୟୁରୋ): ସର୍ବଭାରତୀୟ ଫୁଟବଲ୍‌ ସଂଘ (ଏଆଇଏଫ୍‌ଏଫ୍‌) ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଗୋଲ୍ଡକପ୍‌ ମହିଳା ଫୁଟବଲ୍‌ରେ ମ୍ୟାଁମାର ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ଆଜି ମ୍ୟାଁମାର ୨-୦ ଗୋଲ୍‌ରେ ଇରାନକୁ ପରାଜିତ କରିଥିଲା । ଇରାନ ପ୍ରଥମ ମ୍ୟାଚ୍‌ରେ ଭାରତଠୁ ପରାସ୍ତ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ନେପାଳ ବିପକ୍ଷରେ ଆୟୋଜକ ଭାରତ ଦୁର୍ବଳ ପ୍ରଦର୍ଶନ କରି ପରାଜିତ ହୋଇଛି । ନେପାଳ ଏହି ମ୍ୟାଚ୍‌ରେ ୨-୧ ଗୋଲ୍‌ରେ ବିଜୟୀ ହୋଇଛି ।
ମ୍ୟାଁମାର ୨-୦ ଇରାନ: ମ୍ୟାଁମାରର ଲକ୍ଷ୍ୟ ଥିଲା ଫାଇନାଲ୍‌ ଏବଂ ଇରାନର ଲକ୍ଷ୍ୟ ଥିଲା ବିଜୟ ସହ ଟୁର୍ଣ୍ଣାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିବା । ତେଣୁ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ମ୍ୟାଚ୍‌ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ମ୍ୟାଁମାର ବାରମ୍ବାର ସୁଯୋଗ ସୃଷ୍ଟି କରିଥିଲେ ବି ଇରାନ ଖେଳାଳି ତାହାକୁ ବିଫଳ କରିବାରେ ସଫଳ ହୋଇଥିଲେ । ଏଭଳି ପ୍ରଳବ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଖେଳର ପ୍ରଥମ ଭାଗ ଶେଷ ହୋଇଥିଲା । ମ୍ୟାଚ୍‌ ଗୋଲଶୂନ୍ୟ ରହିଥିଲା ।
ଦ୍ୱିତୀୟାର୍ଦ୍ଧରେ ନୂଆ ରଣନୀତି ସହ ଉଭୟ ଦଳ ମଇଦାନକୁ ଓହ୍ଲାଇଥିଲେ । ପୂର୍ବଭାଗ ଭଳି ଏହି ଭାଗରେ ମଧ୍ୟ ଖେଳ ସଂଘର୍ଷପୂର୍ଣ୍ଣ ଥିଲା । କେତେବେଳେ ମ୍ୟାଁମାର ପୁଣି କେତେବେଳେ ଇରାନ ଗୋଲ୍‌ ସୁଯୋଗ ସୃଷ୍ଟି କରୁଥିଲେ । ମାତ୍ର କୌଣସି ଦଳକୁ ଗୋଲ୍‌ ସଫଳତା ମିଳି ପାରୁନଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣ ମଧ୍ୟରେ ଖେଳ ଶେଷ ହୋଇଥିଲା । ହେଲେ ମ୍ୟାଚ୍‌ ରହିଥିଲା ଗୋଲଶୂନ୍ୟ ।
ଏହାପରେ ଆରମ୍ଭ ହୋଇଥିଲା ଇନ୍‌ଜ୍ୟୁରୀ ଟାଇମର ଖେଳ । ଦୀର୍ଘ ୯୦ ମିନିଟ ଧରି ମ୍ୟାଁମାରର ପଥରୋଧ କରିବାରେ ସଫଳ ହୋଇଥିବା ଇରାନ ଖେଳାଳି ଏଥର ବିଫଳ ହୋଇଥିଲେ । ୯୦୍ମ୧ ମିନିଟ୍‌ରେ ମ୍ୟାଁମାର ପ୍ରଥମ ଗୋଲ୍‌ ସ୍କୋର କରି ବିଜୟ ନିଶ୍ଚିତ କରି ଦେଇଥିଲା । ୟେ ୟେ ଓ ଏହି ବିଜୟୀ ଗୋଲ୍‌ ସ୍କୋର କରିଥିଲେ । ସେ ଏତିକିରେ ସୀମିତ ରହି ନଥିଲେ । ପୁଣି ୯୦୍ମ୩ ମିନିଟ୍‌ରେ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପାଇଁ ମଧ୍ୟ ଦ୍ୱିତୀୟ ଗୋଲ୍‌ ସ୍କୋର କରି ମ୍ୟାଁମାରକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ ।
ନେପାଳ ୨-୧ ଭାରତ: ପ୍ରଥମ ମ୍ୟାଚ୍‌ରେ ନିଜଠୁ ଉଚ୍ଚମାନ୍ୟତା ପ୍ରାପ୍ତ ଦଳ ଇରାନକୁ ହରାଇଥିଲା ଭାରତ । ମାତ୍ର ଆଜି ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରି ନିଜଠୁ ଦୁର୍ବଳ ମାନ୍ୟତାପ୍ରାପ୍ତ ଦଳ ନେପାଳଠୁ ପରାସ୍ତ ହୋଇଛି । ମ୍ୟାଚ୍‌ ଆରମ୍ଭରୁ ନେପାଳ ଖେଳାଳି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ଖେଳର ପଞ୍ଚମ ମିନିଟ୍‌ରେ ଦଳ ପ୍ରଥମ ଗୋଲ୍‌ ସ୍କୋର କରିଥିଲା । ସବିତ୍ରା ଭଣ୍ଡାରୀ ଏହି ଗୋଲଟି ସ୍କୋର କରିଥିଲେ । ପୁଣି ଗୋଟିଏ ମିନିଟ୍‌ ମଧ୍ୟରେ ସବିତ୍ରା ଦ୍ୱିତୀୟ ଗୋଲ୍‌ ସ୍କୋର କରିଥିଲେ । ଫଳରେ ଖେଳର ୬ ମିନିଟ୍‌ ମଧ୍ୟରେ ନେପାଳ ୨ଟି ଗୋଲ୍‌ ସ୍କୋର କରି ୨-୦ ଗୋଲ୍‌ରେ ଅଗ୍ରଣୀ ହାସଲ କରିଥିଲା । ଘରୋଇ ଦଳ କିଛି ବୁଝିବା ପୂର୍ବରୁ ୨ଟି ଗୋଲ୍‌ ଖାଇ ଯାଇଥିଲା ।
ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଭାରତୀୟ ଖେଳାଳି ଉଦ୍ୟମ କରିଥିଲେ । ହେଲେ ନେପାଳର ରଣନୀତିକୁ ଭେଦ କରିବା ମୁସ୍କିଲ୍‌ ଥିଲା । ଏହିପରି ଭାବେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ନେପାଳ ଅଗ୍ରହୀ ହାସଲ କରିଥିଲା । ଦ୍ୱିତୀୟାର୍ଦ୍ଧ ଖେଳ ସଂଘର୍ଷପୂର୍ଣ୍ଣ ରହିଥିଲା । ବାରମ୍ବାର ଭାରତୀୟ ଖେଳାଳି ନେପାଳ ଗୋଲପୋଷ୍ଟ ଉପରେ ଆକ୍ରମଣ କରି ବିଫଳ ହୋଇଥିଲେ । ୭୯ ମିନିଟ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ୮୦ତମ ମିନିଟ୍‌ରେ ଭାରତ ଗୋଟିଏ ଗୋଲ୍‌ ପରିଶୋଧ କରି ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଘରୋଇ ଦଳକୁ ଆଉ କୌଣସି ସୁଯୋଗ ଦେଇ ନଥିଲେ ନେପାଳ ଖେଳାଳି । ଇନ୍‌ଜ୍ୟୁରୀ ଟାଇମରେ ମଧ୍ୟ ଭାରତ ସେମିତି କିଛି ଖାସ କରି ଦେଖାଇ ପାରି ନଥିଲା । ଶେଷରେ ୧-୨ ଗୋଲ୍‌ରେ ପଛୁଆ ରହି ଭାରତ ପରାସ୍ତ ହୋଇଥିଲା ।
ପୂର୍ବ ମ୍ୟାଚ୍‌ରେ ମ୍ୟାଁମାର ନେପାଳକୁ ପରାଜିତ କରିଥିଲା । ଏହି ମ୍ୟାଚ୍‌ରେ ଦଳ ୩-୦ ଗୋଲ୍‌ରେ ବିଜୟୀ ହୋଇଥିଲା । ସେହିପରି ଘରୋଇ ଭାରତ ୧-୦ରେ ଇରାନକୁ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର