PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ନଦୀରୁ ବାହାରୁଛି ସୁନା, ଗ୍ରାମବାସୀଙ୍କ ପାଇଁ ପାଲଟିଛି ରୋଜଗାରର ପନ୍ଥା

ଘଟଗାଁ, ୧୮।୩: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଅର୍ଗତ ସୁନାପେଣ୍ଠ ଗାଁ ନିକଟସ୍ଥ ବଘିରା ନଦୀରୁ ବାହାରୁଛି ସୁନା । ଏଠାକାର ଲୋକେ ପାରମ୍ପରିକ ପଦ୍ଧତି ଓ ନିଜ ଉଦ୍ୟମ ବଳରେ ସୁନା ବାହାର କରି ଆଜକୁ ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହାକୁ ପେଶା କରି ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ବର୍ତ୍ତମାନ ସେମାନଙ୍କ ଉଦ୍ୟମକୁ ନେଇ ଏବେ ସାରା ଜିଲ୍ଲା ସମେତ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଜକୁ ଶହେ ବର୍ଷ ପୂର୍ବେ ପ୍ରଥମେ ଏହି ଗାଁକୁ କିଛି ଝରା ସମ୍ପ୍ରଦାୟର ଲୋକେ ଆସି ବସବାସ କରିବା ସହିତ କୌଣସି ସୁତ୍ରରୁ ଜାଣି ତାଙ୍କର କୌଶଳ କ୍ରମେ ଏହି ନାଳ ବାଲିରୁ ସୁନା ବାହାର କରିଥିଲେ । ତେଣୁ ପରେ ଗ୍ରାମବାସୀ ଏହି ଗାଁର ନାମ ସୁନାପେଣ୍ଠରେ ରଖିଥିଲେ । ସେହି ଦିନଠାରୁ ପ୍ରତ୍ୟେକ ଦିନ ଏହି ଗାଁର ମହିଳାମାନେ ବଘିରା ନାଳରୁ ନିଜର ପାରମ୍ପରିକ ପଦ୍ଧତିରେ ସୁନା ବାହାର କରି ତାକୁ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ।