ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବନ୍ଧୁକ ମୁନରେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍

Published By : Prameya | April 23, 2025 11:28 PM

ଖୁଣ୍ଟା,୨୩/୪ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଜନୈକ ଗହଣା ବ୍ୟବସାୟୀଙ୍କଠାରୁ ବନ୍ଧୁକ ମୁନରେ  ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଓ ରୁପା ଲୁଟି ନେଇଥିବା ଜଣାପଡ଼ିଛି। ଖୁଣ୍ଟା ଅଞ୍ଚଳର ଗହଣା ବ୍ୟବସାୟୀ ସୁନ୍ଦର ନାରାୟଣ ସାହୁ ବାସିପିଠା ଛକ ନିକଟରେ ଥିବା ନିଜର ନିୟୂ ମହାଲକ୍ଷ୍ମୀ ଅଳଙ୍କାର ଦୋକାନ ସବୁଦିନ ପରି ଦୋକାନ ବନ୍ଦ କରି ଆଜି ସମସ୍ତ ଗହଣା ଧରି ବାଇକ୍ ଯୋଗେ ପ୍ରାୟ ରାତି ୮ ସମୟରେ ଖୁଣ୍ଟା ଘରକୁ ଫେରୁଥିଲେ।

ତେବେ ସେତିକିବେଳେ କିଛି ଦୁର୍ବୃତ୍ତ ତାଙ୍କୁ ପିଛା କରୁଥିବାର ସେ ଜାଣିପାରି ଖୁଣ୍ଟା ଅଭିମୁଖେ ଜୋରରେ ପଳାଇବାକୁ ଚେଷ୍ଟା କରିଥିଲେ । ଦୁର୍ବୃତ୍ତ ମାନେ ୮.୩୦ ସମୟରେ ବାଲିମୁଣ୍ଡୁଳି ଗଙ୍ଗାହାର ନଦୀ ପୋଲ ନିକଟରେ ଦୁଇଟି ପଲସର ବାଇକରେ ମାସ୍କ୍ ପିନ୍ଧି ଚାରି ଜଣ ଯୁବକ ତାଙ୍କୁ ଅଟକ ରଖି ବନ୍ଧୁକ ମୁନ ଦେଖାଇବା ସହ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏହାସହ ବ୍ଯାଗରେ ଥିବା ୩୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ରୁପା ଲୁଟି ନେଇ ପଳାଇଛନ୍ତି । ଖବର ପାଇ ଖୁଣ୍ଟା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଖବର ଲେଖା ହେବା ଯାଏଁ ଲୁଟେରାଙ୍କ ପତା ମିଳିନଥିବା ବେଳେ ଖୁଣ୍ଟା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.