ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୭୦ ହଜାର ତଳକୁ ଖସିଲା ସୁନା, ଲକ୍ଷେ ତଳକୁ ଖସିଲା ରୁପା

Published By : Rasmita Pradhan | November 15, 2024 8:47 AM

ଭୁବନେଶ୍ୱର, ୧୫/୧୧ : ସୁନା ଏବଂ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୭୦ ହଜାର ଟଙ୍କା ତଳକୁ ଖସିଆସିଛି । ବଜାର ତଥ୍ୟ ଅନୁସାରେ, ଗୁରୁବାର ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ଏବଂ ୨୨ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୧୨୦୦ ଟଙ୍କା ଏବଂ ୧୧୦୦ ଟଙ୍କା କମିଛି । ଉଭୟ ଯଥାକ୍ରମେ ୭୫,୬୫୦ ଟଙ୍କା ଏବଂ ୬୯,୩୫୦ ଟଙ୍କାକୁ ଖସିଆସିଛି । 

ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୨୦୦୦ ଟଙ୍କା ହ୍ରାସ ପାଇଛି । ଫଳରେ ଏହା ଲକ୍ଷେ ତଳକୁ ଖସି ୯୯,୦୦୦ ଟଙ୍କା ହୋଇଛି । ୧୫ ଦିନରେ ସୁନା ଦର ପ୍ରାୟ ୬,୦୦୦ ଟଙ୍କା କମିଥିବା ଜଣାପଡ଼ିଛି । ସୁନା ଦର ଖସିବାର ଅନେକ କାରଣ ରହିଛି । ୩ ମାସ ଧରି ଦର ବଢ଼ିବା ଫଳରେ ଲୋକେ ଏବେ ଲାଭ ଅସୁଲି କରୁଛନ୍ତି । ଫଳରେ ଚାହିଦା ଖସିଛି । ଏହା ଦର ହ୍ରାସର ଅନ୍ୟତମ କାରଣ । ସେହିଭଳି ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରଠାରୁ ଏଯାବତ୍‌ ଡଲାର ସୂଚକାଙ୍କ ୨.୩୬% ବୃଦ୍ଧି ପାଇଛି । ଆମେରିକୀୟ ବଣ୍ଡ ଦର ବଢ଼ିଛି । ଉଭୟ କାରଣ ଯୋଗୁ ସୁନା ଚାହିଦା ହ୍ରାସ ପାଇଛି । ମଧ୍ୟପ୍ରାଚ୍ୟ, ରୁଷ-ୟୁକ୍ରେନ, ଇସ୍ରାଏଲ-ହମାସ, ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ସୁନା ଦର ବଢୁଥିଲା । ଏବେ ସେଭଳି କିଛି ହଲଚଲ ଦେଖିବାକୁ ମିଳୁନାହିଁ । ତେଣୁ ସୁନା ଦର ଖସୁଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.