ନୂଆଦିଲ୍ଲୀ : ସୁନା ଦାମ୍‌ରେ ପୁଣି ବୃଦ୍ଧି ଘଟିଛି। ଅଲ୍ ଇଣ୍ଡିଆ ସରାଫା ଆସୋସିଏସନର ଅନୁସାରେ , ଜୁଏଲର୍ସ ଓ ଷ୍ଟକିଷ୍ଟଙ୍କ ପକ୍ଷରୁ ଜାରି ଦାବି କାରଣରୁ, ସୋମବାର ଦେଶର ରାଜଧାନୀରେ ସୁନାର ଦାମ୍‌ରେ ୪୦୦ ଟଙ୍କା ବୃଦ୍ଧି ପାଇଛି। ୮୫,୩୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ନୂଆ ରେକର୍ଡ କରିଛି। ବ୍ୟବସାୟୀଙ୍କ କହିବାନୁସାରେ , ଟଙ୍କାରେ ଦ୍ରୁତ ହ୍ରାସ ଓ ଅନ୍ତରାଷ୍ଟ୍ରୀୟ ବଜାରରେ ମଜବୁତ ଆଭିମୁଖ୍ୟରେ ସୁନାର ଦାମ୍‌ ରେକର୍ଡ ହାଇରେ ପହଞ୍ଚିଛି। ୯୯.୯ ପ୍ରତିଶତ ଶୁଦ୍ଧତାର ସୁନାର ଦାମ୍‌ ଶନିବାର ୮୪,୯୦୦ ଟଙ୍କା ପ୍ରତି ୧୦ଗ୍ରାମ୍‌ରେ ବନ୍ଦ ହୋଇଥିଲା। ଅନ୍ୟପଟେ, ରୁପାର ଦାମ୍‌ରେ ମଧ୍ୟ ଖୁବ୍‌ ବୃଦ୍ଧି ଦେଖିବାକୁ ମିଳିଛି।

ରୁପାର ଦାମ୍‌ – 

ଲଗାତାର ୫ମ ପର୍ଯ୍ୟାୟରେ ଦ୍ରୁତତର ସହ ରୁପା ସୋମବାର ୩୦୦ଟଙ୍କା ବଢି ୯୬,୦୦୦ଟଙ୍କା ପ୍ରତି କିଲୋଗ୍ରାମ୍ ହୋଇ ଯାଇଛି। ଗତ ବଜାର ବନ୍ଦରେ ରୁପା ୯୫,୭୦୦ଟଙ୍କା ପ୍ରତି କିଲୋଗ୍ରାମ୍‌ରେ ବନ୍ଦ ହୋଇଥିଲା। 

କହି ରଖୁଛୁ କି, ସୋମବାର ଆମେରିକୀୟ ଡଲାରର ତୁଳନାରେ ଟଙ୍କା ୫୫ ପଇସା ଖସି ସର୍ବକାଳିନ ନିମ୍ନ ସ୍ତର ୮୭.୧୭ (ପ୍ରୋଭିଜିନାଲ)ରେ ବନ୍ଦ ହୋଇଛି, କାରଣ ଟ୍ରମ୍ପ ପ୍ରଶାସନ ଦ୍ୱାରା କାନାଡା, ମେକ୍ସିକୋ  ଓ ଚୀନ୍‌ ଉପରେ ଶୁଳ୍କ ଲଗାଯିବା ପରେ ଗ୍ଲୋବାଲ ମାର୍କେଟ୍‌ର ଧାରଣା ପ୍ରଭାବିତ ହୋଇ ଥିଲା।

ବଜେଟ୍‌ରେ କରାଯାଇ ଥିଲା ଏହି ଘୋଷଣା –

ବଜେଟରେ ସୀମା ଶୁଳ୍କ କମ୍‌ କରାଯିବାରୁ ଆମଦାନୀ ଆଭୂଷଣ ଓ ଦାମୀ ଧାତୁରେ ତିଆରି ପାର୍ଟସ୍ ଶସ୍ତା ହେବ। ସରକାର ଏହା ଉପରେ ମୂଳ ସୀମାଶୁଳ୍କ (କଷ୍ଟମ ଡ୍ୟୁଟି)କୁ ୨୫ ପ୍ରତିଶତରୁ ହ୍ରାସ ପାଇ ୨୦ ପ୍ରତିଶତ କରିବାର ପ୍ରସ୍ତାବ କରିଛନ୍ତି। ଶନିବାର ଉପସ୍ଥାପିତ ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍‌ର ବଜେଟ୍‌ କାଗଜପତ୍ର ଅନୁସାରେ, ଆଭୂଷଣ ଜିନିଷ (ଜୁଏଲାରୀ ଆଇଟମ୍ସ ) ଓ ପାର୍ଟ୍ସ ଏବଂ ସୁନା ଓ ରୁପାର କଂସାବାସନର ପାର୍ଟ୍ସର ଜିନିଷ ଉପରେ ମୂଳ ସୀମା ଶୁଳ୍କ କମ୍‌ କରାଯିବ। ଅର୍ଥମନ୍ତ୍ରୀ ସୀତାରମଣ ପ୍ଲାଟିନମ୍‌ ଫାଇଣ୍ଡିଙ୍ଗସ୍‌ ଉପରେ ଆମଦାନୀ ଶୁଳ୍କ ୨୫ ପ୍ରତିଶତରୁ  କମାଇ ୫ ପ୍ରତିଶତ କରିବା ପ୍ରସ୍ତାବ ରଖିଛନ୍ତି।