ପ୍ରମୂଖ ଖବର
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବାଣିଜ୍ୟ ଯୁଦ୍ଧ, ମାନ୍ଦାବସ୍ଥା ଆଶଙ୍କା ଯୋଗୁ ବଢ଼ୁଛି ସୁନା ଦର, ବର୍ଷକରେ ବଢିଲାଣି ୧୭ ହଜାରରୁ ଅଧିକ

Published By : Prameya | April 15, 2025 9:08 AM

ନୂଆଦିଲ୍ଲୀ,୧୫/୦୪ : ଆମେରିକା ଏବଂ ଚୀନ୍‌ ମଧ୍ୟରେ ବଢୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଏ ବର୍ଷ ସୁନା ଦର ନୂଆ ରେକର୍ଡ ଛୁଇଁବ। ଅନ୍ତର୍ଜାତୀୟ ବଜାରରେ ଏହା ଆଉନ୍ସ ପିଛା ୪,୫୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ । ଅନ୍ତର୍ଜାତୀୟ ଦର ହିସାବରେ ଭାରତରେ ଏହା ୧୦ ଗ୍ରାମକୁ ୧.୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ବିଦେଶୀ ନିବେଶ ବ୍ୟାଙ୍କ ଗୋଲ୍‌ଡମ୍ୟାନ୍‌ ସାଚ୍‌ସ ଅନୁମାନ କରିଛି । ତେବେ ବାଣିଜ୍ୟ ଯୁଦ୍ଧ ତଥା ମାନ୍ଦାବସ୍ଥା ଆଶଙ୍କା ଅଧିକ ବଢ଼ିଲେ ହିଁ ସୁନା ଏହି ସ୍ତରକୁ ଯିବ । ଯଦି ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥା ରିସ୍କ ଚରମ ସ୍ତରରେ ନ ପହଞ୍ଚେ ତେବେ ଆଉନ୍ସ ପିଛା ସୁନା ଦର ୩,୭୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ ବୋଲି ପୂର୍ବାନୁମାନ କରିଛି ଗୋଲ୍‌ଡମ୍ୟାନ୍‌ ସାଚ୍‌ସ । 

୨୦୨୫ ଫେବ୍ରୁଆରୀରେ ଗୋଲ୍‌ଡମ୍ୟାନ୍‌ ସାଚ୍‌ସ ସୁନାକୁ ନେଇ ଏହାର ପ୍ରଥମ ଅନୁମାନ ଜାରି କରିଥିଲା । ସେତେବେଳେ ଏହା ପୂର୍ବାନୁମାନ କରିଥିଲା ଯେ,ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ଏହି ଧାତୁ ଦର ୩,୧୦୦ ଡଲାର ଛୁଇଁବ । ୨୦୨୫ ମାର୍ଚ୍ଚରେ ଦ୍ୱିତୀୟ ଅନୁମାନରେ ଏହା ପ୍ରକାଶ କରିଥିଲା ଯେ, ଆଉନ୍ସ ପିଛା ସୁନା ଦର ୩,୩୦୦ ଡଲାର ପର୍ଯ୍ୟନ୍ତ ଯାଇପାରେ । ଚଳିତ ମାସ ଆରମ୍ଭରେ ଏହା ସୁନାର ଅନୁମାନକୁ ୩,୭୦୦ ଡଲାରକୁ ବଢ଼ାଇଥିଲା । ସୁନା ଦର ବଢ଼ିବାର ଅନେକ କାରଣ ରହିଛି । ଆମେରିକାର ଟାରିଫ୍‌ ନୀତି ଯୋଗୁ ବାଣିଜ୍ୟ ଯୁଦ୍ଧ ବଢ଼ିବାର ଆଶଙ୍କା ରହିଛି । ଫଳରେ ଅର୍ଥନୀତିର ବେଗ ଧୀମା ହୋଇଯିବ । ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଲୋକେ ସୁନାରେ ନିବେଶ ବଢାଉଛନ୍ତି । 

ମାନ୍ଦାବସ୍ଥା ସମୟରେ ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ଗଣନା କରାଯାଇଥାଏ । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଦ୍ୱାରା ବି ସୁନା ଦର ବଢୁଛି । କାରଣ ଯେତେବେଳେ ଟଙ୍କା ଦୁର୍ବଳ ହୋଇଥାଏ ସୁନା ଆମଦାନିରେ ଅଧିକ ଖର୍ଚ୍ଚ ହୋଇଥାଏ । ଏ ବର୍ଷ ଟଙ୍କା ପ୍ରାୟ ୪% ଖସିଛି, ଯାହାଫଳରେ ସୁନା ଦର ଉପରେ ଚାପ ବଢ଼ିଯାଇଛି । ଏହାସହିତ ବିବାହ ଋତୁ ପାଖେଇ ଆସିଲାଣି । ଏଭଳି ସ୍ଥିତିରେ ସୁନା ଗହଣାର ଚାହିଦା ବଢ଼ିଯାଇଛି, ଯାହାକି ଦର ବଢ଼ିବାର ଅନ୍ୟ ଏକ ପ୍ରମୁଖ କାରଣ । ପ୍ରକାଶଯୋଗ୍ୟ, ବର୍ତ୍ତମାନ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୮୭,୫୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍‌ ସୁନା ଦର ରହିଛି ୯୫,୫୧୦ ଟଙ୍କା ।

ଏହି ଖବରଟିକୁ ପଢନ୍ତୁ-ଭାରତୀୟ ପୁଞ୍ଜି ବଜାର ଉପରେ ଟାରିଫ୍‌ ଚାପ, ନିବେଶକ ହରାଇଲେଣି ୧୧ ଲକ୍ଷ କୋଟି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.