PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ସୁନା ଦର ଆକାଶ ଛୁଇଁଛି

ନୂଆଦିଲ୍ଲୀ,୨୩/୦୭(ଏଜେନ୍ସି):ଅନ୍ତର୍ଜାତୀୟ ବଜାରରେ ଦର ବଢ଼ିବା ଫଳରେ ଘରୋଇ ବଜାରରେ ସୁନା ଦରରେ ବୃଦ୍ଧି ଘଟିଛି । ନୂଆଦିଲ୍ଲୀରେ ୧୦ ଗ୍ରାମ ପିଛା ଏହି ମୂଲ୍ୟବାନ ଧାତୁର ଦର ୩୫,୯୭୦ ଟଙ୍କା ଛୁଇଁଛି, ଯାହାକି ସର୍ବକାଳୀନ ରେକର୍ଡ ସ୍ତର । ଏଥିରେ ୧୦୦ ଟଙ୍କାର ବୃଦ୍ଧି ଘଟିଥିବା ସର୍ବଭାରତୀୟ ସରାଫା ସଂଘ ପକ୍ଷରୁ ପ୍ରକାଶ । କିଲୋଗ୍ରାମ ପିଛା ରୁପା ମୂଲ୍ୟରେ ୨୬୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଏହା ୪୧,୯୬୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି । ୯୯.୯% ଏବଂ ୯୯.୫% ଶୁଦ୍ଧତାବିଶିଷ୍ଟ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୧୦୦ ଟଙ୍କା ଲେଖାଏ ବୃଦ୍ଧି ଘଟିଛି । ଉଭୟ ଯଥାକ୍ରମେ ୩୫,୯୭୦ ଟଙ୍କା ଏବଂ ୩୫,୮୦୦ ଟଙ୍କା ରହିଥିବା ଜଣାଯାଇଛି । ଶନିବାର ୧୦ ଗ୍ରାମ ପିଛା ସୁନା ଦରରେ ୮୦ ଟଙ୍କା ହ୍ରାସ ଘଟିଥିଲା । ଫଳରେ ଏହା ୩୫,୮୭୦ ଟଙ୍କାରେ ପହଞ୍ଚିଥିଲା ।ଇତିମଧ୍ୟରେ ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ସରକାର ଆମଦାନି ଶୁଳ୍କକୁ ୧୦%ରୁ ୧୨.୫%କୁ ବଢ଼ାଇଛନ୍ତି । ରିପୋର୍ଟ ଅନୁସାରେ ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ସୁନା ଦର ୧,୪୨୫.୬୦ ଡଲାର ରହିଥିବାବେଳେ ରୁପା ଦର ୧୬.୪୦ ଡଲାର ରହିଛି । ଅନ୍ତର୍ଜାତୀୟ ବଜାରରେ ଶୁକ୍ରବାର ସୁନା ଦର ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।