ନୂଆଦିଲ୍ଲୀ, ୫।୩: ସୁନା ଓ ରୁପା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର । ଗୁରୁବାର ବଜାର ଖୋଲିବା ମାତ୍ରେ ଉଭୟ ଧାତୁର ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ବିଶେଷ କରି ରୁପା ମୂଲ୍ୟରେ ଆଜି ପ୍ରବଳ ଉତ୍ସାହ ଦେଖାଦେଇଛି, ଯାହା ଗୋଟିଏ ଦିନରେ ପ୍ରାୟ ୮, ୭୦୦ ଟଙ୍କା ବୃଦ୍ଧି ପାଇଛି । MCX ବଜାରର ସଦ୍ୟତମ ସ୍ଥିତିମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ କାରବାର ଆରମ୍ଭରୁ ହିଁ ସୁନା ଓ ରୁପା ଆକାଶଛୁଆଁ ହୋଇଛି । ଗତକାଲି ରୁପା କେଜି ପିଛା ୨,୬୫,୫୬୦ ଟଙ୍କାରେ ବନ୍ଦ ହୋଇଥିବା ବେଳେ ଆଜି ଏହା ୨,୭୪,୨୫୧ ଟଙ୍କା ଛୁଇଁଥିଲା । ସକାଳ ୧୦.୧୦ ସୁଦ୍ଧା ଏହା ୨,୭୦,୦୧୨ ଟଙ୍କାରେ କାରବାର କରୁଥିଲା ।

ସେହିପରି ସୁନା ମୂଲ୍ୟରେ ମଧ୍ୟ ୧,୬୦୦ ଟଙ୍କାର ବୃଦ୍ଧି ଘଟିଛି । ଆଜି ସକାଳେ ଏହା ୧,୬୩,୧୪୨ ଟଙ୍କା ସର୍ବୋଚ୍ଚ ସ୍ତରକୁ ଛୁଇଁବା ପରେ ସାମାନ୍ୟ ସ୍ଥିର ହୋଇ ୧,୬୨,୧୫୭ ଟଙ୍କାରେ ଟ୍ରେଡ୍ କରୁଥିଲା । ଅନ୍ତର୍ଜାତୀୟ ବଜାରରେ ପ୍ରଭାବ କେବଳ ଭାରତ ନୁହେଁ, ବିଶ୍ୱ ବଜାରରେ ମଧ୍ୟ ସୁନା ଦର ବୃଦ୍ଧି ପାଇଛି । ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି, ଡଲାର ଇଣ୍ଡେକ୍ସରେ ପରିବର୍ତ୍ତନ ଏବଂ ଆମେରିକାର ଚାକିରି ଡାଟା କାରଣରୁ ମୂଲ୍ୟବାନ ଧାତୁ ଦରରେ ଏଭଳି ଅସ୍ଥିରତା ଦେଖାଦେଉଛି ।

ବିଭିନ୍ନ ସହରରେ ୮ ଗ୍ରାମ/ଭରି ପିଛା ସୁନା ଦର:

ଆଜି ପ୍ରମୁଖ ସହରଗୁଡ଼ିକରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ଦର:

ଦିଲ୍ଲୀରେ ସୁନା ଦର:

ଷ୍ଟାଣ୍ଡାର୍ଡ ସୁନା (୨୨ କ୍ୟାରେଟ୍) ୧,୨୦,୭୫୨

ପ୍ୟୁର୍ ଗୋଲ୍ଡ (୨୪ କ୍ୟାରେଟ୍) ୧,୩୧,୭୨୦

ମୁମ୍ବାଇରେ ସୁନା ଦର:

ଷ୍ଟାଣ୍ଡାର୍ଡ ସୁନା (୨୨ କ୍ୟାରେଟ୍) ୧,୨୦,୬୩୨

ପ୍ୟୁର୍ ଗୋଲ୍ଡ (୨୪ କ୍ୟାରେଟ୍) ୧,୩୧,୬୦୦

ଚେନ୍ନାଇରେ ସୁନା ଦର:

ଷ୍ଟାଣ୍ଡାର୍ଡ ସୁନା (୨୨ କ୍ୟାରେଟ୍) ୧,୨୧,୫୯୨

ପ୍ୟୁର୍ ଗୋଲ୍ଡ (୨୪ କ୍ୟାରେଟ୍) ୧,୩୨,୬୪୮

ହାଇଦ୍ରାବାଦରେ ସୁନା ଦର:

ଷ୍ଟାଣ୍ଡାର୍ଡ ସୁନା (୨୨ କ୍ୟାରେଟ୍) ୧,୨୦,୬୩୨

 ପ୍ୟୁର୍ ଗୋଲ୍ଡ (୨୪ କ୍ୟାରେଟ୍) ୧,୩୧,୬୦୦

ସୁନା ଓ ରୁପା କିଣିବା ପୂର୍ବରୁ ସ୍ଥାନୀୟ ଜୁଏଲର୍ସ କିମ୍ବା ବଜାର ଦର ଯାଞ୍ଚ କରନ୍ତୁ, କାରଣ ଏଥିରେ ଜିଏସଟି ଏବଂ ମେକିଂ ଚାର୍ଜ ଅର୍ଥାତ୍ ଗଢ଼ା ମଜୁରୀ ଅଲଗା ଭାବେ ଯୋଡ଼ାଯାଇଥାଏ ।