PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ମାଲଗାଡ଼ିର ୩ ବଗି ଲାଇନ୍‌ଚ୍ୟୁତ


ରାଉରକେଲା,୨୫ା୧(ବ୍ୟୁରୋ): ରାଉରକେଲା ନିକଟସ୍ଥ ବନ୍ଧମୁଣ୍ଡା ‘ଡି’ କ୍ୟାବିନ୍‌ ୟାର୍ଡଠାରେ ଆଜି ସକାଳ ୯ଟାରେ ଏକ ମାଲବାହୀ ଟ୍ରେନ୍‌ର ୩ଟି ବଗି ଓ ଗାର୍ଡ ବଗି ଲାଇନଚ୍ୟୁତ ହୋଇଥିଲା । ରେଳବାଇର ରିଲିଫ୍‌ ଟ୍ରେନ୍‌ ସହ ଅଧିକାରୀ ଏବଂ କର୍ମଚାରୀମାନେ ପହଞ୍ଚି ଲାଇନଚ୍ୟୁତ ବଗିଗୁଡ଼ିକୁ ଧାରଣାରୁ ଉଠାଇଥିଲେ । ମାଲବାହୀ ଟ୍ରେନ୍‌ର ବଗି ଲାଇନଚ୍ୟୁତ ହୋଇଥିଲେ ହେଁ ରେଳ ଚଳାଚଳରେ କୌଣସି ବାଧା ସୃଷ୍ଟି ହୋଇନଥିଲା । ହାୱଡ଼ା-ମୁମ୍ବାଇ ରେଳ ମାର୍ଗରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ରହିଥିଲା । ଏ ସମ୍ପର୍କରେ ବନ୍ଧମୁଣ୍ଡା ଏଆର୍‌ଏମ୍‌ ସଚେନ୍ଦ୍ର ବର୍ମା କହିଛନ୍ତି, ୟାର୍ଡରେ ସଣ୍ଟିଂ ଅପରେସନ୍‌ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହାଦ୍ୱାରା କୌଣସି କ୍ଷୟକ୍ଷତି ହୋଇନାହିଁ ।