ନୂଆଦିଲ୍ଲୀ,୧୦/୦୬: ନୂଆଦିଲ୍ଲୀରେ ଆସନ୍ତା ୧୧ ତାରିଖରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଦଳର ମହାସଚିବ ବି.ଏଲ୍ ସନ୍ତୋଷ ଏବଂ ରାଜ୍ୟ ସଙ୍ଗଠନର ସଚିବମାନେ ସାମିଲ ହେବେ ।
ଚଳିତ ବର୍ଷ କେତେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନ ଉପରେ ଦଳର ରଣନୀତି ନେଇ ବିଶେଷ ଭାବେ ଆଲୋଚନା କରାଯିବ । ଗତ ମେ ୨୮ ତାରିଖରେ ଶେଷଥର ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେଇ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ରାଜ୍ୟରେ ତୃଣମୂଳ ସ୍ତରରେ ଲୋକମାନଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ତେବେ ଆସନ୍ତା ୧୧ରେ ହେବାକୁ ଥିବା ବୈଠକରେ କେବଳ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ ଓ ଲୋକସଭା ନିର୍ବାଚନ ମୁଖ୍ୟ ପ୍ରସଙ୍ଗ ରହିବ । କିନ୍ତୁ ପ୍ରଧାନମନ୍ତ୍ରୀ ବୈଠକରେ ଯୋଗଦେବେ କି ନାହିଁ ସ୍ପଷ୍ଟ ହୋଇନାହିଁ ।
wp:embed {"url":"https://www.prameya.com/up-deputy-cm-keshav-prasad-maurya-says-rahul-gandhi-should-be-admitted-to-agra-hospital/","type":"wp-embed","providerNameSlug":"prameya"}