୧୨ ହଜାର ଛଟେଇ ପରେ ସୁନ୍ଦର ପିଚାଇଙ୍କୁ ଚିଠି ଲେଖିଲେ ଗୁଗୁଲ କର୍ମଚାରୀ, ଜାଣନ୍ତୁ କ’ଣ ରହିଛି ଦାବି ?

ନୂଆଦିଲ୍ଲୀ,୧୮।୩: ଗୁଗୁଲର ପାରେଣ୍ଟ କମ୍ପାନୀ ଆଲଫାବେଟ୍ ୧୨ ହଜାର କର୍ମଚାରୀଙ୍କୁ ବାହାର କରିବାର ଘୋଷଣା କରିଥିଲା। ଏବେ ଏହି ଛଟେଇ ପରେ କର୍ମଚାରୀମାନେ କମ୍ପାନୀର ସିଇଓ ସୁନ୍ଦର ପିଚାଇଙ୍କୁ ଖୋଲା ଚିଠି ଦେଖିଛନ୍ତି ଓ ଦାବି ରଖିଛନ୍ତି। କର୍ମଚାରୀମାନେ ସୁନ୍ଦର ପିଚାଇଙ୍କୁ ଭର୍ତ୍ତି ପାଇଁ ପ୍ରାଥମିକତା ଦେବା ସହିତ ନୂଆ ଭର୍ତ୍ତି ଉପରେ ରୋକ ଲଗାଇବାକୁ ନିଜର କଥା ରଖିଛନ୍ତି।

କର୍ମଚାରୀଙ୍କ କହିବା ଅନୁସାରେ, ଗୁଗୁଲରେ ପୁଣିଥରେ ଭର୍ତ୍ତି କରାଯାଇଥାଏ ଯଦି ତେବେ ସେ କର୍ମଚାରୀଙ୍କୁ ପ୍ରାଧାନ୍ୟ ଦିଆଯିବା ଦରକାର, ଯେଉଁମାନଙ୍କୁ ବାହାର କରାଯାଇଛି। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ପତ୍ରରେ ଶୋକ ବ୍ୟକ୍ତ କରାଯିବାକୁ ନେଇ ଛୁଟି ଓ ଏବେ ପାଇଁ ଭର୍ତ୍ତିକୁ ଫ୍ରିଜ୍ କରିବାକୁ ଦାବି କରାଯାଉଛି। ଏହାଛଡା କର୍ମଚାରୀମାନେ ୟୁକ୍ରେନ୍ ଭଳି ମାନବୀୟ ସଙ୍କଟ ଥିବା ଦେଶରେ କର୍ମଚାରୀଙ୍କୁ ବାହାର ନକରିବାର ଅପିଲ ମଧ୍ୟ କରିଛନ୍ତି।
ଜାନୁଆରୀରେ ଆଲଫାବେଟ୍ ଘୋଷଣା କରିଥିଲା, ମହାମାରୀ ପରେ ମାନ୍ଦାବସ୍ଥାର ଆଶଙ୍କା ବଢିବାର ଅଧିକ ଚାପ ରହିଛି। ଏଭଳି ସ୍ଥିତିରେ କମ୍ପାନୀ ନିଜ କର୍ମଚାରୀଙ୍କ ସଂଖ୍ୟାରେ ପ୍ରାୟ ୬ ପ୍ରତିଶତ କାଟ୍ କରିବ। ସେଭଳି ମେଟାର ପ୍ଲାଟଫର୍ମ ଇଙ୍କ, ଆମାଜନ୍ ଡଟ୍ କମ୍, ଇଙ୍କ ଓ ମାଇକ୍ରୋସଫ୍ଟ କର୍ପ ମଧ୍ୟ ଜାନୁଆରୀରେ ଚାକିରୀ ଛଟେଇ କରିବାର ଘୋଷଣା କରିଥିଲା। ଉଲ୍ଲେଖନୀୟ ଯେ, ପିଚାଇ ୨୦ ଜାନୁଆରୀରେ ଚାକିରୀରେ ଛଟେଇର ଘୋଷଣା କରିଥିଲେ ଓ ସେ କର୍ମଚାରୀଙ୍କୁ ଏକ ଇ-ମେଲ୍ରେ କହିଥିଲେ କମ୍ପାନୀ ନିଜର ବିଜନେସ୍କୁ ବଢାଇବା ପାଇଁ କାମ କରୁଛି। ଏଭଳି ସ୍ଥିତିରେ ସେ ଏହି ଛଟେଇର ସମ୍ପୂର୍ଣ୍ଣ ଦାୟିତ୍ବ ନେଇଛନ୍ତି। ଛଟେଇ ପରେ ୧୪୦୦ କର୍ମଚାରୀଙ୍କ ସହ ଭଲ ଟ୍ରୀଟମେଣ୍ଟ କଭର ଦେବା ପାଇଁ ପ୍ରତିଶୃତି ଦେଇଥିଲେ।