PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିନା ନୋଟିସରେ ଦମ୍ପତିଙ୍କୁ ନିଲମ୍ୱିତ କଲା ଗୁଗଲ୍, ୬ ବର୍ଷ ଧରି କମ୍ପାନୀରେ କାମ କରୁଥିଲେ ମହିଳା

ନୂଆ ଦିଲ୍ଲୀ, ୨୭।୧: ଗୁଗଲରୁ ବହିଷ୍କାର ହେଲେ ଦମ୍ପତି । ମହିଳା ଜଣକ ୬ ବର୍ଷ ଧରି କମ୍ପାନୀରେ କାମ କରିଆସୁଥିବା ବେଳେ ତାଙ୍କ ସ୍ୱାମୀ ଗତ ୨ ବର୍ଷ ହେବ ସେଠାରେ ଚାକିରି କରିଥିଲେ । ଏପରିକି ୧୦ ବର୍ଷ ଧରି ଗୁଗଲ କମ୍ପାନୀରେ କାମ କରିଆସୁଥିବା ବ୍ୟକ୍ତଙ୍କୁ ମଧ୍ୟ ଗୁଗଲ ନିଲମ୍ୱିତ କରିଛି । ନିକଟରେ ଗୁଗଲ ନିଜର ୧୨ ହଜାର କର୍ମଚାରୀଙ୍କୁ ନିଲମ୍ୱିତ କରିଥିବା ଜଣାପଡ଼ିଛି । ଏମାନଙ୍କ ଭିତରେ ରହିଛନ୍ତି ଏକ ଦମ୍ପତି । ଯାହାଙ୍କର ୪ ମାସର ଛୁଆ ମଧ୍ୟ ରହିଛି । ଦରକାର ସମୟରେ କମ୍ପାନୀ ତାଙ୍କୁ ଚାକିରି ବାହାର କରିଥିବା ଜଣାପଡ଼ିଛି । ତେବେ ବିନା ନୋଟିସରେ ଗୁଗଲ ଏମାନଙ୍କୁ ନିଲମ୍ୱିତ କରିଥିବା ସୂଚନା । ଏନେଇ ମେଲ୍ ମାଧ୍ୟମରେ ଉଭୟଙ୍କୁ ଜଣାଇଥିଲା ଗୁଗଲ ।

ତେବେ କମ୍ପାନୀ ଏତେ ପରିମାଣର କର୍ମଚାରୀଙ୍କୁ ଛଟେଇ କରିବାର କାରଣ କ’ଣ ? ରିପୋର୍ଟ ଅନୁସାରେ, ଏହାର ମୁଖ୍ୟ ଉଦ୍ଦେଶ୍ୟ କମ୍ପାନୀର ଉନ୍ନତି । ନିଜର ଆର୍ଥିକ ଅବନତି ଓ ଖର୍ଚ୍ଚ ସଞ୍ଚୟ କରିବା ପାଇଁ ମେଟା ଓ ମାଇକ୍ରୋସଫ୍ଟ ଭଳି ବଡ଼ ବଡ଼ କମ୍ପାନୀ ମଧ୍ୟ ଅନେକ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ୱିତ କରୁଥିବା ଜଣାପଡ଼ିଛି । ପ୍ରଭାବିତ କର୍ମଚାରୀଙ୍କୁ ଏକ ପୃଥକ ପ୍ୟାକେଜ୍ ଦିଆଯିବ, ଯେଉଁଥିରେ ୧୬ ସପ୍ତାହ ଦରମା ସହ ଗୁଗୁଲରେ ଅଧିକ ବର୍ଷ ପାଇଁ ଦୁଇ ସପ୍ତାହ ଏବଂ ଅତି କମରେ ୧୬ ସପ୍ତାହ ଜିଏସୟୁ ନ୍ୟସ୍ତ କରାଯିବ । ଏନେଇ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଏକ ବ୍ଲଗରେ ଘୋଷଣା କରିଛନ୍ତି । ୨୦୨୨ର ବୋନସ୍ ଏବଂ ଅବଶିଷ୍ଟ ଛୁଟି ସମୟ ମଧ୍ୟ ପ୍ରଦାନ କରାଯିବ । ଅନ୍ୟାନ୍ୟ ସୁବିଧାରେ ୬ ମାସର ସ୍ୱାସ୍ଥ୍ୟସେବା ଓ ଇମିଗ୍ରେସନ ସହାୟତା ମଧ୍ୟ ଅନ୍ତର୍ଭୁକ୍ତ ।