ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଆମେରିକାରେ ନ୍ୟୁକ୍ଲିୟର ପ୍ଲାଣ୍ଟ ବସାଇବ ଗୁଗଲ୍‌, ନିଜ ଡାଟା ସେଣ୍ଟରକୁ ଯୋଗାଇବ ବିଜୁଳି

Published By : Rasmita Pradhan | August 20, 2025 9:12 AM

image source : Energitech Media

ୱାଶିଂଟନ,୨୦/୦୮ : ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ୍‌ ଏହାର ନିଜସ୍ୱ ନ୍ୟୁକ୍ଲିୟର ପ୍ଲାଣ୍ଟ ସ୍ଥାପନ କରିବ । ଏଥିପାଇଁ କମ୍ପାନି ଆମେରିକାର ଟେନେସି ରାଜ୍ୟକୁ ଚୟନ କରିଛି । ଟେନେସିରେ ପ୍ଲାଣ୍ଟ ବସାଇ ଗୁଗଲ୍‌ ଏହାର ଡାଟା ସେଣ୍ଟରଗୁଡ଼ିକର ବିଜୁଳି ଆବଶ୍ୟକତା ପୂରଣ କରିବ । ୨୦୩୦ ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏଥିରେ ଆମେରିକାର ନ୍ୟୁକ୍ଲିୟର ଏନର୍ଜି କମ୍ପାନି ‘କାଇରୋସ୍‌ ପାୱାର’ ଗୁଗଲ୍‌କୁ ସହଯୋଗ କରିବ । ଉଭୟ ସଂସ୍ଥା ଏଥିପାଇଁ ସହଯୋଗିତା ସ୍ଥାପନ କରିଛନ୍ତି । 

ଗୁଗଲ୍‌ ଏହାର ‘ଜେନେରେଟିଭ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ’ ଭଳି ଟେକ୍ନୋଲୋଜି ଉପରେ ବର୍ତ୍ତମାନ ମନୋନିବେଶ କରୁଛି । ଏଥିଲାଗି ଡାଟା ସେଣ୍ଟରଗୁଡ଼ିକ ଉପରେ ଚାପ ପଡ଼ୁଥିବାରୁ ବିଜୁଳି ଆବଶ୍ୟକତା କାହିଁ କେତେଗୁଣା ବଢ଼ିଯାଇଛି । ଏହାଯୋଗୁ ଆମେରିକାରେ ବିଜୁଳି ଚାହିଦା ଉପରମୁହାଁ ହୋଇଛି । ତେଣୁ ଗୁଗଲ୍‌ ନିଜ ଆବଶ୍ୟକତା ପୂରଣ ଲାଗି ଉତ୍ସର୍ଗୀକୃତ ଆଣବିକ ରିଆକ୍ଟର ପ୍ରତିଷ୍ଠା ନେଇ ଘୋଷଣା କରିଛି । ଏହି ପ୍ଲାଣ୍ଟ ଦ୍ୱାରା ୫୦୦ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିବ, ଯାହା ପ୍ରାୟ ୩.୫୦ ଲକ୍ଷ ଘରର ବିଜୁଳି ଚାହିଦା ମେଣ୍ଟାଇବା ଲାଗି ଯଥେଷ୍ଟ ହେବ । କାଲିଫର୍ଣ୍ଣିଆ ଭିତ୍ତିକ ଆଣବିକ ଶକ୍ତି କମ୍ପାନି କାଇରୋସ୍‌ ଦ୍ୱାରା ଏହା ପ୍ରତିଷ୍ଠା ହେବ । 

ପ୍ରଥମ ପର୍ଯ୍ୟାୟରେ ଟେନେସିର ଓକ୍‌ ରିଜ୍‌ଠାରେ ୫୦ ମେଗାୱାଟ ବିଶିଷ୍ଟ କ୍ଷୁଦ୍ର ମଡ୍ୟୁଲାର୍‌ ଆଣବିକ ଶକ୍ତି ପ୍ଲାଣ୍ଟ ନିର୍ମାଣ କରାଯିବ । ଗୁଗଲ୍‌ ଡାଟା ସେଣ୍ଟରଗୁଡ଼ିକୁ ବିଜୁଳି ଯୋଗାଣ ପାଇଁ ଟେନେସି ଭ୍ୟାଲି ଅଥରିଟି ସହ ଏକ ଦୀର୍ଘମିଆଦୀ ଶକ୍ତି କ୍ରୟ ଚୁକ୍ତି ସ୍ୱାକ୍ଷର ହେବ । ଏ ନେଇ ଆମେରିକାର ଶକ୍ତି ସଚିବ କ୍ରିସ୍‌ ରାଇଟ୍‌ କହିଛନ୍ତି, ଦେଶର ଏଆଇ ଶକ୍ତିସମ୍ପନ୍ନ ନେତୃତ୍ୱ ପାଇଁ ବିକଶିତ ଆଣବିକ ରିଆକ୍ଟର ଅତ୍ୟନ୍ତ ଜରୁରି । ଏଥିଲାଗି ପ୍ରଶାସନ ପକ୍ଷରୁ ଆବଶ୍ୟକ ଜମି ଚିହ୍ନଟ ହୋଇଛି । ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ବୈଷୟିକ, ପରିଚାଳନାଗତ ଓ ନିୟାମକ ସହଯୋଗ ପାଇଁ ଶକ୍ତି ବିଭାଗ କାଇରୋସ୍‌ ପାୱାରକୁ ସହଯୋଗ କରୁଛି । ଆମେରିକାରେ ବର୍ତ୍ତମାନ ସୁଦ୍ଧା ବାଣିଜ୍ୟିକ ଦୃଷ୍ଟିକୋଣରୁ କୌଣସି ବିକଶିତ ଆଣବିକ ପାୱାର ପ୍ଲାଣ୍ଟ ଉପଲବ୍ଧ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.