କୋଣାର୍କ, ୧୮/୧୦: ଆକ୍ସନ ମୋଡରେ ପୁରୀ ବନବିଭାଗ ସର୍କଲ । ଗୋପ ଅଞ୍ଚଳର ଦୁଇଟି ବେଆଇନ କରତକଳ ଉପରେ ଏକ କାଳିନୀନ ଅସ୍ତରଙ୍ଗ, କୋଣାର୍କ, ଗୋପ ଓ ପୁରୀ ବନବିଭାଗର ମିଳିତ ଚଢ଼ାଉ । ଏହି ରେଡ୍ରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି । କୋଣାର୍କର ଗୋପ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗୋପ ଅଞ୍ଚଳରେ ଦୁଇଟି ବେଆଇନ କରତକଳ ଥିବା ନେଇ କୌଣସି ବିଶେଷ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ଖବର ପାଇ ଏକ କାଳିନୀନ ଅସ୍ତରଙ୍ଗ, କୋଣାର୍କ, ଗୋପ ଓ ପୁରୀ ବନବିଭାଗର ଚାରୋଟି ଟିମ୍ ଉକ୍ତ ଦୁଇଟି କରତକଳ ଉପରେ ଚଢାଉ କରିଥିଲା । ସେଠାରେ ଚଢାଉ କରି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ କରାଯାଇଛି ।