PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଧନୀ ତାଲିକାରେ ଚତୁର୍ଥକୁ ଖସିଲେ ଗୌତମ ଆଦାନୀ, ଦିନକରେ କ୍ଷତି ୧୧,୪୦୦ କୋଟି ଟଙ୍କା: ଅମ୍ବାନୀଙ୍କ ସମ୍ପତ୍ତି ବି କମିଲା

ନୂଆଦିଲ୍ଲୀ ୨୯/ ୦୯: ଭାରତୀୟ ସେୟାର ବଜାରରେ କାରବାର ହ୍ରାସ ପରେ ଏହାର ପ୍ରଭାବ ଅନେକ କୋଟିପତିଙ୍କ ଉପରେ ପଡିଛି । ବିଶ୍ବର ଅନ୍ୟ ଧନୀକମାନଙ୍କ ସମ୍ପତ୍ତି ବୃଦ୍ଧିପାଇଥିବା ବେଳେ ଭାରତର ଦୁଇ ପ୍ରମୁଖ ଧନୀ ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ହ୍ରାସପାଇଛି । ଫୋବର୍ସ ପକ୍ଷରୁ ଜାରି ତାଜା ରିପୋର୍ଟ ଅନୁଯାୟୀ, ଆଦାନୀ ଗ୍ରୁପର ଚେୟାରମ୍ୟାନ୍‌ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସପାଇଛି । ଯାହା ଫଳରେ ସେ ବିଶ୍ବ ଧନୀ ତାଲିକାର ତୃତୀୟରୁ ଚତୁର୍ଥକୁ ଖସିଆସିଛନ୍ତି । ଆଦାନୀ ଗ୍ରୁପର ସେୟାରଗୁଡିକର ମୂଲ୍ୟ ହ୍ରାସ ପାଇଥିବାରୁ ତାଙ୍କର ସମ୍ପତ୍ତି ପରିମାଣ ହ୍ରାସ ପାଇଛି । ଯାହା ଫଳରେ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ, ଆଦାନୀଙ୍କୁ ପଛରେ ପକାଇ ୩ ନମ୍ବରକୁ ଆସିଯାଇଛନ୍ତି ।

ଫୋବର୍ସ ରିଅଲ୍‌ ଟାଇମ୍‌ ବିଲେନିୟର ଲିଷ୍ଟର ପ୍ରଥମ ସ୍ଥାନରେ ରହିଛନ୍ତି ଟେସଲା ଏବଂ ସ୍ପେସ୍‌ ଏକ୍ସ ସିଇଓ ଏଲନ୍‌ ମସ୍କ । ବୁଧବାର ଆମେରିକା ସେୟାର ବଜାରରେ ଜବରଦସ୍ତ କାରବାର ହୋଇଥିବାରୁ ମସ୍କଙ୍କ ସମ୍ପତ୍ତି ଦିନକରେ ୩.୪ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୨୭ ହଜାର ୭୦୦କୋଟି ଟଙ୍କା) ବୃଦ୍ଧି ପାଇଛି । ମସ୍କଙ୍କ ମୋଟ ସମ୍ପତ୍ତି ପରିମାଣ ରହିଛି ୨୬୩.୨ ବିଲିୟନ ଡଲାର । ତାଙ୍କ ପରକୁ ଦ୍ବିତୀୟ ଧନୀ ଓ୍ବର୍ଣ୍ଣାଡ୍‌ ଅର୍ନଲଟ୍‌ଙ୍କ ସମ୍ପତ୍ତି ମଧ୍ୟ ଦିନରେ ୨.୧ ବିଲିୟନ ଡଲାର ବୃଦ୍ଧିଘଟି ୧୪୨.୯ ବିଲିୟନ ଡଲାର ରହିଛି ।

ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସଙ୍କ ସମ୍ପତ୍ତି ପରିମାଣ ମଧ୍ୟ ଗୋଟିଏ ଦିନରେ ୩.୬ ବିଲିୟନ ଡଲାର (୨୯,୪୦୦ କୋଟି ଟଙ୍କା) ବୃଦ୍ଧିପାଇଛି । ବେଜୋସଙ୍କ ସମ୍ପତ୍ତି ରହିଛି ୧୪୧.୪ ବିଲିୟନ ଡଲାର । ସେହିଭଳି ଏସିଆର ସବୁଠୁ ବଡ ଧନୀ ଗୌତମ ଆଦାନୀଙ୍କ ସମ୍ପତ୍ତି ପରିମାଣ ଦିନକରେ ୧୧,୪୦୦ କୋଟି ଟଙ୍କା ହ୍ରାସ ପାଇଛି । ଫଳରେ ସେ ଧନୀ ତାଲିକାର ତଳକୁ ଖସିଛନ୍ତି । ଆଦାନୀଙ୍କ ମୋଟ ସମ୍ପତ୍ତି ପରିମାଣ ବର୍ତ୍ତମାନ ୧୩୮.୫ ବିଲିୟନ ଡଲାର ରହିଛି ।

ବୁଧବାର ଆଦାନୀ ଗ୍ରୁପର ସେୟାର ରେଡ୍‌ ମାର୍କରେ ବନ୍ଦ ହୋଇଥିଲା । ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପୋର୍ଟ, ଆଦାନୀ ପାଓ୍ବାର, ଆଦାନୀ ଓ୍ବିଲମାର୍‌ ଏବଂ ଆଦାନୀ ଗ୍ରୀନ୍‌ ସେୟାର ହ୍ରାସ ପାଇଥିଲା । ଯାହାଫଳରେ ବିଶ୍ବ ଧନୀ ତାଲିକାରେ ତଳକୁ ଖସିଛନ୍ତି ଗୌତମ ଆଦାନୀ । ଫୋବର୍ସ ରିୟଲ୍‌ ଟାଇମ୍‌ ବିଲେନିୟର ଲିଷ୍ଟରେ ଆଦାନୀ ଟପ୍‌ ଲୁଜର୍‌ ରହିଛନ୍ତି । ସେହିଭଳି ବିଶ୍ବ ଧନୀ ତାଲିକାର ୯ମ ସ୍ଥାନରେ ଥିବା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ମଧ୍ୟ ୨.୨ ବିଲିୟନ ଡଲାର ହ୍ରାସପାଇଛି । ଫୋବର୍ସ ତାଲିକାରେ ବର୍ତ୍ତମାନ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୮୩.୪ ବିଲିୟନ ଡଲାର ରହିଛି ।

ସମ୍ବନ୍ଧିତ ଖବର