PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ୟାସିନକୁ ଗିରଫ ପରେ ଅର୍ଦ୍ଧସାମରିକ ବାହିନୀର ଅତିରିକ୍ତ ୧୦୦ଟି କମ୍ପାନୀକୁ ଶ୍ରୀନଗର ପଠାଗଲା

source; https://www.indiatvnews.com

ଶ୍ରୀନଗର,୨୩।୨: ଜମ୍ମୁ-କଶ୍ମୀରର ଲିବରେସନ୍ ଫ୍ରଣ୍ଟ (ଜେକେଏଲଏଫ୍) ମୁଖ୍ୟ ୟାସିନ୍ ମଲିକଙ୍କୁ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରାଯିବା ପରେ ଘାଟିରେ ଜମାତ-ଇ-ଇସଲାମୀର ବହୁ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଗଟଣା ପରେ କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀର ଅତିରିକ୍ତ ୧୦୦ଟି କମ୍ପାନୀକୁ ବିମାନଯୋଗେ ଶ୍ରୀନଗର ପଠାଇ ଦିଆଯାଇଛି। ଗତ ୧୪ ତାରିଖରେ ପୁଲଓ୍ବାମାରେ ସିଆରପିଏଫ୍ କନଭୟ ଉପରେ ହୋଇଥିବା ଆକ୍ରମଣରେ ୪୦ ଯବାନ ଶହୀଦ ହେବା ପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ମଧ୍ୟ, ଉତ୍ତର ଓ ଦକ୍ଷିଣ କଶ୍ମୀରରୁ ଜମାତ-ଇ-ଇସ୍ଳାମୀ ସହିତ ଜଡିତ ୧୨ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।

source:https://theprint.in

 ପୋଲିସ କିନ୍ତୁ ଏପର୍ଯ୍ୟନ୍ତ ଗିରଫ ସମ୍ପର୍କରେ କିଛି ସୂଚନା ଦେଇନାହିଁ। ଜମାତ-ଏ-ଇସ୍ଳାମୀ  ପୋଲିସର ଏହି ପଦକ୍ଷେପକୁ ବିରୋଧ କରିଛି। ସେ କହିଛି ଏଭଳି କରି କଶ୍ମୀର ଘାଟିରେ ଅଶାନ୍ତି ସୃଷ୍ଟି କରିବାକୁ ଷଡଯନ୍ତ୍ର କରାଯାଉଛି।   ଯେଉଁମାନଙ୍କୁ ଗିରଫ କରାଯାଇଛି ତାଙ୍କ ଭିତରେ ମୁଖ୍ୟ ଡାକ୍ତର ଅବଦୁଲ ହମିଦ ଫୟାଜ, ଆଇନଜୀବି ଜାହିଲ ଅଲ୍ଲୀ (ମୁଖପାତ୍ର), ଗୁଲାମ କାଦିର ଲୋନ୍( ପୂର୍ବତନ ମହାସଚିବ) ଓ ଅନ୍ୟ ଲୋକ ସାମିଲ ରହିଛନ୍ତି। ଜମାତର ସଦସ୍ୟ ଦକ୍ଷିଣ କଶ୍ମୀରର ଅନନ୍ତନାଗ, ପହଲଗାମ, ଦିଆଲଗାମ, ତ୍ରାଲ ସହିତ ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି। ଜମାତ ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୫ଏ ଉପରେ ଏକ ଆବେଦନ କରିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପିଡିପି ମୁଖ୍ୟ ମେହବୁବା ମୁଫତି ଏହି ଗିରଫକୁ ସମାଲୋଚନା କରି କରିଛନ୍ତି କୌଣସି ବ୍ୟକ୍ତିକୁ ଗିରଫ କରାଯାଇପାରେ କିନ୍ତୁ ଚିନ୍ତାଧାରାକୁ ନୁହେଁ। ଏହି ଘଟଣା ପରେ ପୋଳିସ ଓ ଅର୍ଦ୍ଧସାମରିକ ବାହିନୀକୁ ହାଇ ଆର୍ଲଟରେ ରଖାଯାଇଛି।  

ସମ୍ବନ୍ଧିତ ଖବର