PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଅନଲାଇନ୍ ଗେମିଂରୁ ଟଙ୍କା ଜିତିଲେ କଟିବ ଟ୍ୟାକ୍ସ, କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଜାରି କଲା ସିବିଡିଟି

ନୂଆଦିଲ୍ଲୀ,୨୩।୫: ଆୟକର ବିଭାଗ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ଅନଲାଇନ୍ ଗେମିଂ କମ୍ପାନୀକୁ ଗେମିଂ ଟଙ୍କା ଜିତିବାକୁ ନେଇ ନୂଆ ଟାକ୍ସ ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି। ବୋର୍ଡ ନିଜ ନିର୍ଦ୍ଦେଶରେ କହିଛି, ଅନଲାଇନ୍ ଗେମ୍‌ରେ ପ୍ରାଇଜ ମନି ୧୦୦ ଟଙ୍କାରୁ କମ୍ ରହିଲେ ଗେମିଂ ପ୍ଳାଟଫର୍ମର ସ୍ରୋତ ଉପରେ ଟ୍ୟାକ୍ସ କାଟ୍‌(ଟିଡିଏସ୍‌) ଦରକାର ନାହିଁ। ଏହା ସହିତ ଅନଲାଇନ୍ ଗେମିଂରେ ଜିତିଥିବା ଟଙ୍କାର ଗଣନା ମୋଟ ଜମା ରାଶିକୁ ହ୍ରାସ ପରେ କରାଯିବ। ଉଲ୍ଲେଖନୀୟ ଯେ, ବର୍ତ୍ତମାନ ଅନଲାଇନ୍ ଗେମିଂ ପ୍ଲାଟଫର୍ମରେ ଏକ ପ୍ଲେୟାର ନେଟ୍‌ ଓ୍ବିନିଂର ୩୦ ପ୍ରତିଶତ ଟ୍ୟାଙ୍କ ଲଗାଯାଇଥାଏ।

ବୋର୍ଡ ନିଜ ନିର୍ଦ୍ଦେଶରେ କହିଛି ବୋନସ୍ କିମ୍ବା ପ୍ରୋତ୍ସାହନ ଉପରେ ଟ୍ୟାକ୍ସ ଲାଗିବନି ଯଦି ତାଙ୍କର ଦାବି କରାଯାଏନି କିମ୍ବା ଫେରାଇ ନିଆଯାଏନି। ସେଭଳି ନେଟ୍ ଓ୍ବିନିଂର ଗଣନା ଆକାଉଣ୍ଟରେ ଜମା ମୋଟ ରାଶି ଓ ବର୍ଷ ଆରମ୍ଭରୁ ବାକି ଥିବା ରାଶିରୁ ଗ୍ରାହକଙ୍କ ଦ୍ବାରା ବାହାର କରାଯାଇଥିବା ରାଶିକୁ ହ୍ରାସ କରି କରାଯିବ।

ସରକାର ଅନଲାଇନ୍ ଗେମିଂ ଟ୍ୟାକ୍ସରେ ସଂଶୋଧନ କରିଛନ୍ତି ଓ ଏହାକୁ ୧ ଜୁଲାଇ ୨୦୨୩ରୁ ଲାଗୁ କରାଯିବ। ସରକାର ଏଥିପାଇଁ ଆୟକର ନିୟମ ୧୯୬୨ ରେ ସଂଶୋଧନ କରି ନୂଆ ଧାରା ୧୯୪ ବିଏକୁ ଶାମିଲ କରିଛନ୍ତି। ଗତ କିଛି ସମୟ ହେବ ଅନଲାଇନ୍ ଗେମ୍ ଖୁବ୍ ପ୍ରସିଦ୍ଧ ରହିଛି ଓ ଖେଳାଳିମାନେ ଏହାଦ୍ବାରା ମୋଟା ଅଙ୍କର ଆୟ କରୁଛନ୍ତି। ଅର୍ଥାତ ସରକାର ଏହାକୁ ସମ୍ପୂର୍ଣ୍ଣ ଭାବରେ ଇନକମ୍ ଟ୍ୟାକ୍ସ ପରିସରରେ ଆଣିବାକୁ ଚାହାନ୍ତି।