PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ସେନା କିମ୍ବା ସାଧାରଣ ଲୋକ ନୁହେଁ, କେବଳ ଆତଙ୍କବାଦୀ ଟାର୍ଗେଟରେ ଥିଲେ: ବୈଦେଶିକ ସଚିବ

ନୂଆଦିଲ୍ଲୀ,୨୬।୨: ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଏଲଓସି ପାର କରି ଆତଙ୍କବାଦୀ କ୍ୟାମ୍ପକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଛି ଭାରତୀୟ ବାୟୁସେନା। ସୋମବାର ବିଳମ୍ବିତ ରାତି ପ୍ରାୟ ୩ଟା୩୦ ମିରାଜର ୧୨ଟି ଫାଇଟର ଜେଟ୍ ଯୋଗେ ଆକ୍ରମଣ କରିଥିଲେ ଓ ମୁଜାଫରବାଦ, ବାଲକୋଟ ଓ ଚକୋଟ ସ୍ଥିତ ଆତଙ୍କବାଦୀ କ୍ୟାମ୍ପ ଉପରେ ବୋମା ବର୍ଷଣ ହୋଇଥିଲା। ଏଥରେ ଆତଙ୍କବାଦୀଙ୍କ କ୍ୟାମ୍ପ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି। ଭାରତୀୟ ବାୟୁସେନାର ଏହି ବଡ କାର୍ଯ୍ୟାନୁଷ୍ଠାନରେ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ୧୪ ଫେବୃଆରୀରେ ଜୈଶ-ଏ-ମହମ୍ମଦ ସିଆରପିଏଫ୍ ଉପରେ ଆକ୍ରମଣ କରିଥିଲା। ଏଥିରେ ୪୦ ଜଣ ଯବାନ ନିହତ ହୋଇଥିଲେ। ଏହି ସଂଗଠନ ପାକିସ୍ତାନରେ ଦୁଇ ଦଶକ ଧରି ସକ୍ରିୟ ରହିଛି।  ପାକିସ୍ତାନକୁ ତାଙ୍କର କ୍ୟାମ୍ପ ବିଷୟରେ ଲଗାତାର ସୂଚନା ଦିଆଯାଉଛି କିନ୍ତୁ ସେ ଏହାକୁ ମନା କରିଦେଇଛନ୍ତି। ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି।ଆମେ ଗୁଇନ୍ଦା ସୂଚନାକୁ ଆଧାର କରି ସକାଳେ ବାଲକୋଟରେ ଏୟାରଷ୍ଟ୍ରାଇକ କରିଥିଲୁ। ଏଥିରେ କେବଳ ଆତଙ୍କବାଦୀ ନିହତ ହୋଇଛନ୍ତି। କୌଣସି ସାଧାରଣ ଲୋକଙ୍କ କ୍ଷତି ହୋଇନାହିଁ। ଆମେ ସେନା କିମ୍ବା ସାଧାରଣ ଲୋକଙ୍କୁ ନୁହେଁ କେବଳ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲୁ। ବାୟୁସେନା ଘଞ୍ଚ ଜଙ୍ଗଲରେ ଜୈଶର ବଡ କ୍ୟାମ୍ପ ଉପରେ ଏହି ସର୍ଜିକାଲ ଷ୍ଟ୍ରାଇକ୍ କରିଛି।

source: https://www.livehindustan.com

ଆମକୁ ସୂଚନା ମିଳିଥିଲା ଯେ ଦେଶରେ ଆହୁରି ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଏହାପରେ ଭାରତ ବାଲକୋଟରେ ଜୈଶ କ୍ୟାମ୍ପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁଥିରେ ଜୈଶ ଆତଙ୍କୀ ଓ ଟ୍ରେନର ନିହତ ହୋଇଛନ୍ତି। ଜୈଶ କମାଣ୍ଡର ୟୁସୁଫ୍ ଆଝାର ମଧ୍ୟ ନିହତ ହୋଇଛି। ସେ ଏହି କ୍ୟାମ୍ପକୁ ଚଳାଉଥିଲା। ଭାରତ ପାଇଁ ଏହି ସର୍ଜିକାଲ ଷ୍ଟ୍ରାଇକ୍ ଖୁବ୍ ଜରୁରୀ ଥିଲା। ବୈଦେଶିକ ମନ୍ତ୍ରଣାଳୟର ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ସିସିଏସର ବୈଠକ ହୋଇଥିଲା। ଯେଉଁଥିରେ ନିର୍ମଳା ସୀତାରମଣ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ, ଗୃହମନ୍ତ୍ରୀ ରାଜନାଥ ସିଂ ଓ ଏନ୍ଏସ୍ଏ ଅଜିତ ଡେଭାଲ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ବାୟୁସେନାର ୧୨ ମିରାଜ ୨୦୦୦ ମିରାଜ ଆତଙ୍କବାଦୀଙ୍କ କ୍ୟାମ୍ପ ଉପରକୁ ୧୦୦୦ କିଲୋଗ୍ରାମର ବିସ୍ଫୋରକ ପକାଇଥିଲା ଯେଉଁଥିରେ ୨୦୦ ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା କଥା କୁହାଯାଉଛି।  

ସମ୍ବନ୍ଧିତ ଖବର