ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଆସ୍ଥା ଭୋଟ ଉପରେ ରାଜ୍ୟପାଳଙ୍କ ଡେଡଲାଇନ୍ ସମୟ ସରିଲା,ଏବେ ବି ଅସ୍ପଷ୍ଟ କର୍ଣ୍ଣାଟକର ରାଜନୈତିକ ସ୍ଥିତି

ବେଙ୍ଗାଲୁର,୧୯।୭: କର୍ଣ୍ଣାଟକରେ ଏବେ ବି ଜାରି ରହିଛି ରାଜନୈତିକ ସଙ୍କଟ। ବିଧାସଭାରେ କାଲିଠାରୁ କଂଗ୍ରେସ ଓ ଜେଡିଏସର କୁମାରସ୍ବାମୀ ସରକାରଙ୍କ ଶକ୍ତି ପରୀକ୍ଷଣ ଜାରି ରହିଛି, କିନ୍ତୁ ସରକାର ରହିବ କି ନାହିଁ, ଏହି ପ୍ରଶ୍ନ ସମୟ ସହିତ  ଅଡୁଆ ହେବାରେ ଲାଗିଛି। ଶୁକ୍ରବାର ବହୁମତ ପ୍ରମାଣିତ କରିବା ପାଇଁ ରାଜ୍ୟପାଳଙ୍କ ପକ୍ଷରୁ ଦିଆଯାଇଥିବା ଦ୍ବିପ୍ରହର ସାଢେ ଗୋଟାଏ ପର୍ଯ୍ୟନ୍ତର ଡେଡଲାଇନ୍ ମଧ୍ୟ ସରିଯାଇଛି। ଏବେ ରାଜ୍ୟରେ ରାଜନୈତିକ ଘଟଣାକ୍ରମ ଆଗକୁ କେଉଁ ମୋଡ ନେବ ତାହା ସ୍ପଷ୍ଟ ହୋଇପାରିନାହିଁ। ଏହା ମଧ୍ୟରେ କଂଗ୍ରେସ ଓ ଜେଡିଏସର ବିଧାୟକମାନେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

wp:gallery {"ids":[28001]} /wp:gallery

ଚର୍ଚ୍ଚା ସମୟରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ କହିଛନ୍ତି, ପ୍ରଥମେ ରାଜ୍ୟରେ ଜାରି ରାଜନୈତିକ ସଙ୍କଟ ଉପରେ ଚର୍ଚ୍ଚା ହେବ। ଏହାପରେ ଆସ୍ଥା ଭୋଟ ହେବ। ରାଜ୍ୟରେ ଯେବେଠାରୁ ଜେଡିଏସ୍-କଂଗ୍ରେସ ସରକାର ଗଠନ ହୋଇଛି ସେବେଠାରୁ ଏହାକୁ  ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବା ଦରକାର। ବିଜେପି ଏବେ ବି ସରକାର ଗଠନ କରିପାରେ। କୌରସି ତରବର ହେବା ଦରକାର ନାହିଁ, ଆପଣମାନେ ସୋମବାର କିମ୍ବା ମଙ୍ଗଳବାର ମଧ୍ୟ ସରକାର ଗଠନ କରିପାରନ୍ତି।

wp:gallery {"ids":[28002]} /wp:gallery

ପୂର୍ବରୁ ଏହି ପ୍ରସଙ୍ଗରେ କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ରମେଶ କୁମାର ବିଜେପିକୁ କହିସାରିଛନ୍ତି, ଯେଉଁ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇନାହିଁ ସେ ଯାଏ ଆପଣ  ଆସ୍ଥା ଭୋଟ ପାଇଁ କହିପାରିବେ ନାହିଁ। ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଜେଡିଏସ୍ ଓ କଂଗ୍ରେସ ବିଧାନସଭାରେ ଆସ୍ଥା ଭୋଟ୍ କରାଇ ଦେବାକୁ ଚାହୁଁନାହିଁ। ଏ ପ୍ରସଙ୍ଗରେ ପୁଣିଥରେ ରାଜ୍ୟପାଳଙ୍କୁ ଭେଟିବେ।

Copyright © 2022 - Summa Real Media Private Limited. All Rights Reserved.