ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ସ୍ପଷ୍ଠବାଦୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସବୁବେଳେ ଗଣମାଧ୍ୟମ ଆଗରେ କିଛି ନଲୁଚାଇ ପ୍ରାୟ କଥା କହିଥିବାବେଳେ ତାଙ୍କର ବହୁ ଭିଡିଓ ସୋସିଆଲ ମିଡିଆେର ମଧ୍ୟ ଭାଇରାଲ ହୋଇଛି । ଏବେ ସେ ରିଆଲିଟି ଶୋ’ ‘ଲକ୍ ଅପ୍: ସଚ୍ ୟା ସଜ୍ଜା’ରେ ଭାଗ ନେଇଛନ୍ତି । ଯେଉଁଥିରେ ଫରହାନ ଖାନ ହୋଷ୍ଟ କରୁଥିବାବେଳେ ସେ ଅନେକ ଗୁଡ଼ିକ ସତ କହିଛନ୍ତି । ଏହାସହ ସ୍ବାମୀ ଗୋବିନ୍ଦାଙ୍କ ଅନେକ ହିରୋଇନଙ୍କ ସହ ଆଫେୟାର୍ସ ଥିବା ସମ୍ପର୍କେର ମଧ୍ୟ ପ୍ରକାଶ କରିଛନ୍ତି ସୁନୀତା । ତେବେ ଫରହାନ ପୁରୁଣା ପେପର ଏବଂ ଭିଡିଓର ହେଡଲାଇନ୍ ସୁନୀତାଙ୍କୁ ଶୁଣାଇଥିଲେ । ଯେଉଁଥିରେ ସୁନୀତା କହିଥିଲେ କି, ଗୋବିନ୍ଦାଙ୍କୁ ସ୍ବାମୀ ନୁହେଁ ପୁଅ ଭାବେ ପାଇବାକୁ ଚାହିଁବେ ।

ଯାହାର ଉତ୍ତରରେ ସୁନୀତା କହିଥିଲେ କି, ପ୍ରେମରେ ସବୁକିଛି ସହ୍ୟ କରିବା ଉଚିତ୍ । ଗୋବିନ୍ଦା ଇଣ୍ଡଷ୍ଟ୍ରିରେ ଅନେକ ଆଫେୟାର୍ସ ରଖିଥିଲେ । ଯେଉଁ କାରଣରୁ ସେ ମୋର ସ୍ବାମୀ ନୁହେଁ ପୁଅ ହୁଅନ୍ତୁ ବୋଲି କହିଥିଲି । ଏହାସହ କହିଥିଲେ କି, ଯେତେବେଳ ସ୍ବାମୀ ସ୍ତ୍ରୀ ଏକାଠି ଥିବେ ସେତେବେଳେ ଆଖିରେ ଗୁଳି ଚାଳନା କରାଯାଏ । ଆଉ ଯେତେବେଳେ ତୃତୀୟ ପକ୍ଷ ଆସିବେ ସେତେବେଳେ ଆଣ୍ଠୁରେ ଗୁଳି ଚଳାଇବା ଉଚିତ୍ । ଏହାସହ ଗୋବିନ୍ଦାଙ୍କ ଉପରେ ଗୁଳି ଚାଳନା ଘଟଣାରେ ମୁଁ ଗୁଳି ଚଳାଇଥିଲି ବୋଲି ଅନେକ ଦାବି କରିଥିଲେ । ଏହାସହ ସୁନୀତା କହିଥିଲେ କି, ଗୁଳି ଚାଳନା ସମୟରେ ମୁଁ ମୁମ୍ବାଇରେ ନଥିଲି ।

ସେପଟେ ଗଣମାଧ୍ୟମରେ ଅନେକ ସମୟରେ ଗୋବିନ୍ଦାଙ୍କ ଆଫେୟାର୍ସ ସମ୍ପର୍କରେ କହିଛନ୍ତି ପତ୍ନୀ ସୁନୀତା । ତଥାପି ଏନେଇ କେବେ ମଧ୍ୟ କିଛି କହିନାହାନ୍ତି ଗୋବିନ୍ଦା । ଏବେ ଲକ୍ ଅପ୍-୨ ରେ ଅଛନ୍ତି ସୁନୀତା । ତାଙ୍କୁ ଫ୍ୟାନ୍ସମାନେ ସମର୍ଥନ କରୁଥିବାବେଳେ ଦର୍ଶକ ଉତ୍ସାହିତ କରୁଛନ୍ତି ।

ଗୋବିନ୍ଦା ଏବଂ ସୁନିତାଙ୍କ ସମ୍ପର୍କରେ ଯଦି କହିବା ତାହେଲେ ସେମାନେ ୧୯୮୭ ମସିହାରେ ବିବାହ କରିଥିଲେ । ମାତ୍ର ସେମାନଙ୍କ ବିବାହକୁ ଗୁପ୍ତ ରଖିଥିଲେ । ଯେତେବେଳେ ଝିଅ ଟୀନା ହେଲେ ସେତେବେଳେ ବିବାହ ସମ୍ପର୍କକୁ ସାର୍ବଜନୀନ କରିଥିଲେ ଗୋବିନ୍ଦା । ତେବେ ସେମାନଙ୍କ ପୁଅ ୟଶବର୍ଦ୍ଧନ ମଧ୍ୟ ରହିଛି ।

ଏହାସହ ପଢ଼ନ୍ତୁ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ସ୍ବାମୀ, ମାରିବା ପରେ ତାଲା ପକାଇ ହେଲା ଫେରାର