ବଲାଙ୍ଗୀର, ୯/୬ : ବଲାଙ୍ଗିର ସହର ଭିତରେ ମର୍ମନ୍ତୁଦ ଦୁର୍ଘଟଣା। ୨୬ ନମ୍ବର ଜାତୀୟ ରାଜପଥରେ ମା'-ଝିଅଙ୍କ ଉପରେ ଚଢିଗଲା ଟ୍ରକ୍। ଗାନ୍ଧୀନଗର ପଡା ବଜାଜ ସୋରୁମ ନିକଟରେ ଏହି ଦୁର୍ଘଟଣା ହୋଇଛି। ଟ୍ରକ୍ ଡ୍ରାଇଭର୍ ଫେରାର୍ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ମଙ୍ଗଳବାର ସକାଳୁ ବଲାଙ୍ଗୀର ସହରର ଦୁଇ ଜଣ ମା' ଓ ଝିଅ ସ୍କୁଟି ଯୋଗେ ଯାଉଥିଲେ। ଗାନ୍ଧୀନଗର ପଡା ନିକଟରେ ସେମାନଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମା' ଓ ଝିଅଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ଟ୍ରେକ୍ ଡ୍ରାଇଭର୍ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଛି। ଏକ ନର୍ସିଂ ହୋମରେ କାମ କରୁଥିବା ମା'କୁ ସ୍କୁଟି ଯୋଗେ ଝିଅ ଛାଡ଼ିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। 

ଆହୁରି ପଢନ୍ତୁ- ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ,ଆସନ୍ତା ୨ରୁ ୩ ଦିନରେ ଓଡ଼ିଶା ଛୁଇଁପାରେ, ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Bhubaneswar "3ଟାରେ ଅନ୍ଧାର ଭୁବନେଶ୍ୱରରେ କାଳବୈଶାଖୀର ଭୟଙ୍କର ରୂପ"​​​​​​​