PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

୮ ମାର୍ଚ୍ଚରୁ କମିବ କର୍କଟ ଔଷଧର ମୂଲ୍ୟ

ନୂଆଦିଲ୍ଲୀ,୧।୩: କର୍କଟ ରୋଗ ଭାରତରେ ଅସଂକ୍ରାମକ ରୋଗ ଜନିତ ଅସୁସ୍ଥତା ଏବଂ ମୃତ୍ୟୁର ଏକ ପ୍ରମୂଖ କାରଣ ଭାବେ ଉଭା ହୋଇଛି । ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୦୪ରେ ବାର୍ଷିକ ୮ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ୨୦୧୮ରେ ଏହା ପାଖାପାଖି ୧୫ ଲକ୍ଷରେ ପହଂଚିଛି । ଏପରିକି ଏହି ରୋଗ କାରଣରୁ ଦୁଇ-ତୃତୀୟାଂଶ ରୋଗୀଙ୍କର ମୃତ୍ୟୁ ଘଟୁଛି । ବର୍ତ୍ତମାନ ଭାରତରେ ୨୨.୫ ଲକ୍ଷ କର୍କଟ ରୋଗୀଥିବା ଆକଳନରୁ ଜଣାଯାଇଛି ।

ଅନ୍ୟ ରୋଗ ଅପେକ୍ଷା କର୍କଟ କାରଣରୁ ଚିକିତ୍ସାଜନିତ ଖର୍ଚ୍ଚ ବହୁତ ଅଧିକ । ଏହାକୁ ଆଖି ଆଗରେ ରଖି ଜାତୀୟ ଫାର୍ମାସ୍ୟୁଟିକାଲ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ୨୬ ଫେବୃଆରୀ ୨୦୧୯ରେ ଅନୁଷ୍ଠିତ ଏକ ବୈଠକରେ ଜନ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅସାଧାରଣ କ୍ଷମତାର ପ୍ରୟୋଗ କରିଛି । ଔଷଧ (ମୂଲ୍ୟ ନିୟନ୍ତ୍ରଣ ନିର୍ଦ୍ଦେଶ ୨୦୧୩)ର ପାରା ୧୯ ଅନୁଯାୟୀ ୪୨ଟି ଅଣଅଧିସୂଚୀତ କର୍କଟ ନିରୋଧି ଔଷଧକୁ ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି । ବାଣିଜ୍ୟିକ ଲାଭ ସୀମାକୁ ଯୁକ୍ତିଯୁକ୍ତ କରାଯାଇ ଏହା କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଅଧିସୂଚୀତ ବ୍ୟବସ୍ଥା ଅନୁଯାୟୀ ୫୭ଟି କର୍କଟ ନିରୋଧି ଔଷଧକୁ ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟକୁ ଅଣାଯାଇଛି । ବର୍ତ୍ତମାନ ଆହୁରି ୪୨ଟି ଅଣଅଧିସୂଚୀତ କର୍କଟ ନିରୋଧି ଔଷଧକୁ ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ମଧ୍ୟକୁ ଆଣିବା ଲାଗି ଏଗୁଡିକର ବିକ୍ରି ମୂଲ୍ୟ (ଏମଆରପି)ରେ ବାଣିଜ୍ୟିକ ଲାଭ ପରିମାଣକୁ ସର୍ବାଧିକ ୩୦ ପ୍ରତିଶତ ମଧ୍ୟରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନପିପିଏ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଏହା ୭୨ଟି ବ୍ୟବସ୍ଥା ଏବଂ ୩୫୫ଟି ବ୍ରାଣ୍ଡକୁ କଭର କରିବ । ୮ ମାର୍ଚ୍ଚ ୨୦୧୯ଠାରୁ ସଂଶୋଧିତ ମୂଲ୍ୟ ଲାଗୁ ହେବ । ଏନପିପିଏ ନିକଟରେ ରହିଥିବା ତଥ୍ୟ ଅନୁଯାୟୀ, ୧୦୫ଟି ବ୍ରାଣ୍ଡର ଔଷଧ ଉପରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ଉପଯୁକ୍ତ ମୂଲ୍ୟ ହ୍ରାସ କରାଯାଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ହଜାର ଔଷଧ ଉପରେ ମୂଲ୍ୟ ହ୍ରାସ ଲାଗୁ କରାଯାଇଛି ।

ସମ୍ବନ୍ଧିତ ଖବର