PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବାଲେଶ୍ବରର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମିଳିବ ସରକାରୀ ସହାୟତା, ପ୍ରତି ମାସରେ ଦିଆଯିବ ୨୦୦୦ ଟଙ୍କା : ବିଡିଓ

ବାଲେଶ୍ବର, ୧୯/୮ :  ବାଲେଶ୍ୱର ରେମୁଣାର ଅସହାୟ ଝିଅ ସୁଭଦ୍ରା ପଣ୍ଡାଙ୍କ ପାଇଁ ବଢିଲା ସହାୟତାର ହାତ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରୁ ସାହାଯ୍ୟର ହାତ ବଢୁଛି । ଦଶମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡାଙ୍କୁ ପ୍ରତି ମାସରେ ୨୦୦୦ ହଜାର ଟଙ୍କାର ସହାୟତା ମିଳିବ। ଶିଶୁ ମଙ୍ଗଳ ଯୋଜନାରେ ସହାୟତା ଦେବେ ରାଜ୍ୟ ସରକାର । ରେମୁଣା ବିଡିଓ ଛବିରାଣୀ ସାହୁ ଏ ନେଇ ସୂଚନା ଦେଇଛନ୍ତି।

ଏଥି ସହ ତାଙ୍କୁ ପକ୍କା ଘର ସହ ଜିଲ୍ଲା ରେଡ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ମଞ୍ଜୁର କରାଯାଇଛି । ଏହାସହ ରାଜ୍ୟର କିଛି ସ୍ୱେଚ୍ଛାସେବୀ ଏବଂ ସହ ହୃଦୟ ବ୍ୟକ୍ତି ସୁଭଦ୍ରାଙ୍କ ପଢା ଖର୍ଚ୍ଚ ବହନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଦଶମ ଶ୍ରେଣୀର ସୁଭଦ୍ରା ପଣ୍ଡା ବହୁ କଷ୍ଟରେ ଜୀବନ ବିତାଉଥିବାବେଳେ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।