PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ଏସପିଜିକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି, ଏହି ଅଧିକାରୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାର ଦାୟିତ୍ବ

ନୂଆଦିଲ୍ଲୀ, ୨୬/୫ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ବଡ଼ ପରିବର୍ତ୍ତନ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାର ଭାର ସମ୍ଭାଳୁଥିବା ବିଶେଷ ସୁରକ୍ଷା ଦଳ(ଏସପିଜି)ର କମାଣ୍ଡ ଏବେ ଭାରତୀୟ ପୁଲିସ ସେବାର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି)ସ୍ତରର ଅଧିକାରୀଙ୍କ ପାଖରେ ରହିବ । ଯାହାକି କନିଷ୍ଠ ଅଧିକାରୀଙ୍କ ଏବେ ୬ବର୍ଷର ପ୍ରାରମ୍ଭିକ ଅବଧି ଲାଗି ପ୍ରତି ନିଯୁକ୍ତି ଉପରେ ନିୟୋଜିତ କରିବାକୁ ପଡ଼ିବ । ଗୃହ ମନ୍ତ୍ରଣାଳୟ ଦ୍ବାରା ଏହି ସୂଚକାଙ୍କ ଗୁରୁବାର ବିଶେଷ ସୁରକ୍ଷା ଦଳ ଅଧିନିୟମ ୧୯୮୮ର ୩୪ ଅନୁଯାୟୀ ରାଜପତ୍ର ଅଧିସୂଚନା ମାଧ୍ୟମରେ ଜାରି ହୋଇଥିବା​‌ ନିୟମର ଏକ ନୂଆ ଶ୍ରେଣୀ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି ।

କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କ ବିଜ୍ଞପ୍ତି ଅନୁଯାୟୀ ଅଖିଳ ଭାରତୀୟ ସେବାର ଅଧିକାରୀଙ୍କୁ ଏସପିଜିରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତି ନିଯୁକ୍ତି ଉପରେ ତାଙ୍କୁ ନିୟମ ଏବଂ ସର୍ତ୍ତ ଉପରେ ନିଯୁକ୍ତ କରାଯିବ । ଯାହା କେନ୍ଦ୍ର ସରକାରରେ ସମ୍ବନ୍ଧିତ ରାଙ୍କର ଅଧିକାରୀଙ୍କ ଲାଗି ଲାଗୁ ହେବ । ଏଥିରେ କୁହାଯାଇଛି କି ପୂର୍ବଭଳି ମୁଖ୍ୟାଳୟ ନୂଆଦିଲ୍ଲୀରେ ହେବ ଏବଂ ନିର୍ଦେଶକଙ୍କ ନିଯୁକ୍ତି କେନ୍ଦ୍ର ସରକାରଙ୍କ ଦ୍ବାରା ଭାରତୀୟ ପୁଲିସ ସେବାର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକରୁ କମ୍ ସ୍ତରରେ କରାଯିବ ନାହିଁ ।

ଏବେ ପର୍ଯ୍ୟନ୍ତ ଏହାର ନେତୃତ୍ବ ମହାନିରୀକ୍ଷକ ରାଙ୍କର ଅଧିକାରୀଙ୍କ ଦ୍ବାରା କରାଯାଉଥିଲା । ଯାହାକି ଅତୀତରେ କେତେକ ସମୟରେ ଏହି ପଦକୁ ଅତିରିକ୍ତ ମହାନିର୍ଦ୍ଦେଶକର ସ୍ତର ପର୍ଯ୍ୟନ୍ତ ବଢାଇଦିଆଯାଇଛି  ।