ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଯୁଦ୍ଧ ସ୍ଥିତିରେ ବେଆଇନ ୱାକି-ଟକି ବିକ୍ରି, ୧୩ ଇ-କମର୍ସ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ

Published By : Prameya | May 10, 2025 9:27 AM

ନୂଆଦିଲ୍ଲୀ,୧୦/୦୫: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତିରେ ସେଣ୍ଟ୍ରାଲ କଞ୍ଜ୍ୟୁମର ପ୍ରୋଟେକ୍ସନ ଅଥରିଟି  (ସିସିପିଏ) ଆମାଜନ, ଫ୍ଲିପକାର୍ଟ ଭଳି ୧୩ ଇ-କମର୍ସ  କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି  କମ୍ପାନି ଗୁଡ଼ିକ ନିଜ ପ୍ଲାଟଫର୍ମରେ ବେଆଇନ ୱାକିଟକି ବିକ୍ରି କରୁଥିଲେ । କମ୍ପାନି ଗୁଡ଼ିକ ବିରୋଧରେ ଏବେ ନୋଟିସ ଜାରି ହୋଇଛି । ଶନିବାର ଏ ନେଇ ସୂଚନା  ଦେଇଛି ବୋଲି ସିସିପିଏ ।  

ନୋଟିସ ଜାରି ହୋଇଥିବା ଅନ୍ୟ କମ୍ପାନି ଗୁଡ଼ିକ ମଧ୍ୟରେ ମିଶୋ, ଓଏଲ୍‌ ଏକ୍ସ, ଟ୍ରେଡ ଇଣ୍ଡିଆ, ଫେସବୁକ,  ଇଣ୍ଡିଆ ମାର୍ଟ, ବରଦାନ ମାର୍ଟ, ଜିଓ ମାର୍ଟ, କୃଷ୍ଣାମାର୍ଟ, ଚିମିଆ, ଟକ୍‌ ପ୍ରୋ ୱାକି ଟକି, ମାସ୍କ ମେନ୍‌ ଟଏ ସାମିଲ  ରହିଛି । ଠିକ୍‌ ପାୱାର ଫ୍ରିକ୍ୱେନ୍ସି ଡିସକ୍ଲୋଜର, ଲାଇସେନ୍ସିଂ ଇନଫରମେଶନ, ଇକ୍ୱିପମେଣ୍ଟ ଟାଇପ୍‌ ଟାଇପ୍‌ ଆପ୍ରୁଭାଲ  ବିନା ପ୍ଲାଟଫର୍ମ ଗୁଡ଼ିକ ୱାକିଟକି ବିକୁଥିବାର ଅଭିଯୋଗ ଆସିଛି । ଖାଉଟି ସୁରକ୍ଷା ଆଇନ ୨୦୧୯ର ଏହା ଉଲ୍ଲଘଂନ  ସିସିପିଏ ପକ୍ଷରୁ କୁହାଯାଇଛି । 

କେନ୍ଦ୍ର ଖାଦ୍ୟ ଏବଂ ଖାଉଟି ମନ୍ତ୍ରୀ ପ୍ରହଲ୍ଲାଦ  ଯୋଶୀ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି,  ବେଆଇନ ଭାବେ ୱେୟାରଲେସ ଡିଭାଇସ ବିକିବା  ବୈଧାନିକ ଦାୟିତ୍ୱ ବିରୋଧୀ କାର୍ଯ୍ୟ । ଜାତୀୟ ସୁରକ୍ଷା କାର୍ଯ୍ୟକଳାପକୁ ଏହା ବାଧାପ୍ରାପ୍ତ କରିଥାଏ । ଖାଉଟି  ସୁରକ୍ଷା ଆଇନ, ଇଣ୍ଡିଆନ ଟେଲିଗ୍ରାଫ ଆଇନ, ୱେୟାରଲେସ ଟେଲିଗ୍ରାଫ ଆଇନ ଏବଂ ବିଭିନ୍ନ ନିୟାମକ  ଧାରାକୁ ଇକମର୍ସ କମ୍ପାନିଗୁଡ଼ିକ ଭାଙ୍ଗିଥିବା ଦେଖାଯାଇଛି । ଏବେ କମ୍ପାନିଗୁଡ଼ିକୁ ଆଇନ ମୁତାବକ ନୋଟିସ ଜାରି  କରାଯାଇଛି । ଡିଜିଟାଲ ଫ୍ଲାଟଫର୍ମ ଗୁଡ଼ିକ ଖାଉଟି ସୁରକ୍ଷା  ନିୟାମକ ଧାରାକୁ ଯେଭଳି କଡ଼ାକଡି ଭାବେ ପାଳନ  କରିବେ ସେ ଦିଗରେ ଏବେ ଧ୍ୟାନ କେନ୍ଦ୍ରିତ କରାଯାଇଛି ।  ଶ୍ରୀ ଯୋଶୀ ପୁଣି କହିଛନ୍ତି, ଖାଉଟି ସୁରକ୍ଷାକୁ ନଜରରେ  ରଖି କମ୍ପାନିଗୁଡ଼ିକର ବେଆଇନ କାର୍ଯ୍ୟକଳାପକୁ  ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.